Categories: ଜାତୀୟ

ଉତ୍ତରପ୍ରଦେଶ ଉପନିର୍ବାଚନ: ରାମପୁରରୁ ଧରା ପଡ଼ିଲେ ସମାଜବାଦୀ ପାର୍ଟିର ୭ ନକଲି ଏଜେଣ୍ଟ

ଲକ୍ଷ୍ନୌ,୨୧।୧୦: ଉତ୍ତରପ୍ରଦେଶରେ ୧୧ଟି ବିଧାନସଭା ଆସନ ପାଇଁ ସୋମବାର ମତଦାନ ଜରି ରହିଛି। ରାମପୁର ବିଧାନସଭା ଆସନର ବିଭିନ୍ନ ମତଦାନ କେନ୍ଦ୍ରରୁ ୭ ଜଣ ନକଲି ଏଜେଣ୍ଟ୍‌ ଧରାପଡ଼ିଛନ୍ତି। ସେମାନେ ସମାଜବାଦୀ ପାର୍ଟି ପାଇଁ କାମ କରୁଥିବା ପଚରାଉଚରା ସମୟରେ ପୋଲିସକୁ କହିଛନ୍ତି। ସ୍ଥାନୀୟ ଥାନା ଅଞ୍ଚଳର ହାଦୀ ସ୍କୁଲ କେନ୍ଦ୍ରରୁ ୨ଜଣ ଏଜେଣ୍ଟ ଧରା ପଡ଼ିଥିବାବେଳେ ମହିଳା ଡିଗ୍ରୀ କଲେଜର ୧୩୯ ନମ୍ବର ବୁଥ୍‌ରୁ ଭି.ଜାଭେଦ୍‌ ନାମକ ନକଲତ ଏଜେଣ୍ଟ୍‌ଙ୍କୁ ଗିରଫ କରାଯାଇଛି। ସେହିପରି ରଜା ଡିଗ୍ରୀ କଲେଜ ମତଦାନ କେନ୍ଦ୍ରରୁ ୨ ଜଣ ଏବଂ ୨ ଜଣଙ୍କୁ ଅନ୍ୟ କେନ୍ଦ୍ରରୁ ଗିରଫ କରାଯାଇଛି। ସେମାନଙ୍କୁ ଦିଆଯାଇଥିବା ସ୍ବୀକୃତି ପତ୍ରରେ ଦଳୀୟ ଅଧିକାରୀଙ୍କ ଦସ୍ତଖତ ନ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

Share