ଉତ୍ତରପ୍ରଦେଶ ପରେ ବିହାର ସରକାରଙ୍କ ଘୋଷଣା: ସମସ୍ତ ରାଶନକାର୍ଡଧାରୀଙ୍କୁ ମିଳିବ ହଜାରେ ଲେଖାଏଁ ସହାୟତା ରାଶି

ପାଟନା,୨୫।୩: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ବେଲଗାମ ହୋଇପଡ଼ିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ୨୧ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ଅଧିକାଂଶ ଲୋକ ନିଜର ରୋଜଗାର ହରାଇଛନ୍ତି। ତେଣୁ ଏଭଳି ସ୍ଥିତିରେ ଉତ୍ତରପ୍ରଦେଶ ପରେ ଏବେ ବିହାର ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରତ୍ୟେକ ରାଶନକାର୍ଡଧାରୀ ପରିବାର ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ସହାୟତା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବୁଧବାର ଘୋଷଣା କରିଛନ୍ତି। ଡିବିଟି ଜରିଆରେ ସେମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ଦିଆଯିବ। ଏହାପୂର୍ବରୁ ଯୋଗୀ ସରକାର ଶ୍ରମିକଙ୍କ ପାଇଁ ସହାୟତା ରାଶି ଘୋଷଣା କରିଥିଲେ। ସୂଚନାଯୋଗ୍ୟ, ବିହାରରେ ଏପର୍ଯ୍ୟନ୍ତ କରୋନା ଭାଇରସ୍‌ରେ ସଂକ୍ରମିତଙ୍କ ସଂଖ୍ୟା ୪ ଥିବା ବେଳେ ସେଥିମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଛି। ଅପରପକ୍ଷେ ବୁଧବାର ପାଟନାରେ କରୋନାରେ ସଂକ୍ରମିତ ହୋଇଥିବା ପ୍ରଥମ ରୋଗୀ ଚିହ୍ନଟ ହୋଇଥିବା ବେଳେ ପାଟନାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Share