Categories: ଜାତୀୟ

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ବୋମାରେ ଉଡାଇଦେବାକୁ ମିଳିଲା ଧମକ: ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ଲକ୍ଷ୍ନୌ,୧୨।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ଧମକ ମିଳିଛି। ଆଉ ଏହି ଧମକ ଏକ କଲ୍‌ ସେଣ୍ଟରରୁ ଆସିଥିବା ଜଣାପଡ଼ିଛି। ଏହାପରେ ପ୍ରଶାସନ ପକ୍ଷରୁ କାଳିଦାସମାର୍ଗ ସ୍ଥିତ ଥିବା ଯୋଗୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଏଥିସହ ଆଣ୍ଟି-ବୋମା ସ୍କ୍ବାଡ ଓ କୁକୁର ସ୍କ୍ବାଡ ସହାୟତାରେ ତଦନ୍ତ ଚାଲିଥିବା ସୂଚନା ରହିଛି। ଗତ କିଛି ଦିନ ପୂର୍ବରୁ ଯୋଗୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Share