ଲକ୍ଷ୍ନୌ, ୮।୬: ଉତ୍ତରପ୍ରଦେଶ ରାଜନୀତିରେ ଏବେ ଝଡ଼ ଉଠିଛି। ଜଣେ ମହିଳା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କ ପ୍ରେମିକା ବୋଲି ଦାବି କରିଛନ୍ତି। ତାଙ୍କ ସହିତ ଯୋଗୀଙ୍କର ସମ୍ପର୍କ ଥିବା ସେ ଅଭିଯୋଗ କହିଛନ୍ତି। ମହିଳାଙ୍କ ସ୍ବାମୀ ତାଙ୍କୁ ଛାଡପତ୍ର ଦେଇଥିବା କୁହାଯାଉଛି। ସେ ଶହେଟଙ୍କାର ଏକ ଷ୍ଟାମ୍ପ୍ ପେପରରେ ଯୋଗୀଙ୍କ ଉଦ୍ଦେଶ୍ୟରେ ପ୍ରେମପତ୍ର ଲେଖା ଥିବା ଏକ କାଗଜ ନେଇ ୫- କାଳିଦାସ ମାର୍ଗଠାରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ହଙ୍ଗାମା ଆରମ୍ଭ କରିଛନ୍ତି। ଦୀର୍ଘ ଏକ ବର୍ଷ ଧରି ଯୋଗୀ ଅନ୍ଲାଇନ୍ରେ ମହିଳାଙ୍କ ସହିତ ସମ୍ପର୍କରେ ରହିଛନ୍ତି। ଜୀବନସାରା ଏଭଳି ରହିବା ଲାଗି ମହିଳା ଜଣକ ଦାବି କରିଛନ୍ତି। ହେମା ଶ୍ରୀବାସ୍ତବ ନାମକ ଏହି ମହିଳା ସକାଳୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ଯୋଗୀଙ୍କ ସହିତ ସମ୍ପର୍କରେ ରହୁଥିବା ଅଭିଯୋଗ କରିଛନ୍ତି। ଷ୍ଟାମ୍ପ୍ ପେପରରେ ହେମା କାନପୁର ନବାବଗଞ୍ଜ ବାସିନ୍ଦା ବୋଲି ଲେଖା ହୋଇଛି। ଏହି ଖବର ଏବେ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।