Categories: ଜାତୀୟ

ଉତ୍ତରାକାଶି ଟନେଲ ଦୁର୍ଘଟଣା: ଭୂସ୍ଖଳନ ବଢ଼ାଇଲା ସମସ୍ୟା, ୭୦ ଘଣ୍ଟାରୁ ଅଧିକ ସମୟ ହେଲା ଫସି ରହିଛନ୍ତି ୪୦ ଶ୍ରମିକ

ନୂଆଦିଲ୍ଲୀ, ୧୫।୧୧: ଉତ୍ତରାକାଶି ଟନେଲରେ ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର ଜାରି ରହିଛି। ଏହି ଟନେଲରୁ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ୭୦ ଘଣ୍ଟାରୁ ଅଧିକ ସମୟ ଧରି ଉଦ୍ଧାର କାର‌୍ୟ୍ୟ ଚାଲିଛି। ତେବେ ଘଟଣାସ୍ଥଳ ନିକଟରେ ଭୂସ୍ଖଳନ ହେତୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଛି।

ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଧିକାରୀମାନେ ଟନେଲ ଭିତରେ ଥିବା ଆବର୍ଜନା ମଧ୍ୟରେ ଇସ୍ପାତ ପାଇଲ ମାଧ୍ୟମରେ ଫସି ରହିଥିବା ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଅମ୍ଳଜାନ ଯୋଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଙ୍ଗଳବାର ରାତିରେ ଘଟିଥିବା ଭୂସ୍ଖଳନ ହେତୁ ସେ ମେସିନକୁ ହଟାଇବାକୁ ବାଧ୍ୟ ହୋଇଥିଲେ। ତଥାପି, ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ରିଲିଫ ଏବଂ ଉଦ୍ଧାରକାରୀ ଦଳ ଡ୍ରିଲିଂ ମେସିନ ସାହାଯ୍ୟରେ ଫସି ରହିଥିବା ଶ୍ରମିକଙ୍କ ପାଇଁ ଏକ ରାସ୍ତା ତିଆରି କରିବାକୁ ଚେଷ୍ଟା କରୁଛନ୍ତି ଯାହା ଦ୍ୱାରା ଶ୍ରମିକମାନେ ସେହି ବାଟ ଦେଇ ବାହାରକୁ ଆସିପାରିବେ। ଉଦ୍ଧାରକାରୀ ଦଳ ସହ ଜଡିତ ଅଧିକାରୀ କହିଛନ୍ତି ଯେ ୨୧ ମିଟର ପର୍ଯ୍ୟନ୍ତ ଆବର୍ଜନା ହଟାଯାଇଛି କିନ୍ତୁ ୧୯ ମିଟର ସଫା କରିବାକୁ ବାକି ଅଛି।

Share