Categories: ଜାତୀୟ

ଉତ୍ତରାଖଣ୍ଡରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ପାଇଁ ଅନୁରୋଧ କଲେ ସେନାମୁଖ୍ୟ

ଉତ୍ତରକାଶୀ,୨୦।୯: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର ଉତ୍ତରାଖଣ୍ଡ ଉତ୍ତରକାଶୀର ଥାଥି ଗାଁ ଗସ୍ତ କରିଥିଲେ। ସେଠାରେ ଥିବା ତାଙ୍କ ବନ୍ଧୁ ଘରକୁ ସେ ଯାଇଥିଲେ ଓ ସାଙ୍ଗରେ କିଛି ଉପହାର ମଧ୍ୟ ନେଇଥିଲେ। ସେଠାରେ ସେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ବତଙ୍କୁ ଶିକ୍ଷା ବ୍ୟବସ୍ଥାକୁ ଆହୁରି ଉନ୍ନତ କରିବାକୁ ଅନୁରୋଧ କରିଥିବା ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ସେନାମୁଖ୍ୟ ଗୁରୁବାର ସ୍ତ୍ରୀ ମଧୁଲିକା ରାଓ୍ବତଙ୍କୁ ନେଇ ବଦ୍ରିନାଥ ଗସ୍ତ କରିଥିଲେ।

Share