Categories: ଜାତୀୟ

ଉତ୍ତରାଖଣ୍ଡରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ

ଡେରାଡୁନ,୫।୧୦: ଉତ୍ତରାଖଣ୍ଡରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶନିବାର ସକାଳୁ ଆରମ୍ଭ ହୋଇଛି। ଏହି ନିର୍ବାଚନରେ ପାଖାପାଖି ୨୪୬୪ ପଞ୍ଚାୟତ ପାଇଁ ପ୍ରାୟ ୧୪.୯୫ ଲକ୍ଷ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ। ଗ୍ରାମ ପଞ୍ଚାୟତ ସଦସ୍ୟଙ୍କଠାରୁ ଆରମ୍ଭ କରି ଜିଲା ପଞ୍ଚାୟତ ସଦସ୍ୟ ପର୍ଯ୍ୟନ୍ତ ପ୍ରାୟ ୧୦୬୨୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ସୂଚନାଯୋଗ୍ୟ, ମତଦାନ ସକାଳ ୮ଟାରୁ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ।

Share