ରାଜନଗର,୩୦ା୪(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜିଲା ବାରୁଅସ୍ଥିତ ଜବାହାରଲାଲ କେନ୍ଦ୍ରୀୟ ବିଦ୍ୟାଳୟର ରାଜନଗର, ରାଜକନିକା, ଆଳି ବ୍ଲକର ୨୪ ଜଣ ଛାତ୍ରୀଛାତ୍ର ମାଇଗ୍ରେସନ ପାଠ ପଢ଼ିବା ପାଇଁ ଉତ୍ତରାଖଣ୍ଡ ଯାଇଥିଲେ। ଲକ୍ଡାଉନ୍ ଯୋଗୁ ସେମାନେ ଏବେ ସେଠାରେ ଫସି ରହିଛନ୍ତି। ପରିବାର ଲୋକେ ଏନେଇ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଭାବରେ ଜଣାଇବା ସହିତ ସେମାନଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।