ଡେରାଡୁନ,୧୯।୧୦: ଉତ୍ତରାଖଣ୍ଡ ସରକାର ବର୍ଷକ ପାଇଁ ପାନ ମସଲା ପ୍ରସ୍ତୁତି, ବିକ୍ରି ଓ ଗଚ୍ଛିତ ରଖିବା ଉପରେ ନିଷେଧାଜ୍ଞା ଜାରି କରିଛନ୍ତି। ଫୁଡ ସେଫ୍ଟି କମିଶନର ନିତେଶ କୁମାର ଝା ଏ ନେଇ ଶୁକ୍ରବାର ସୂଚନା ଦେବା ସହ ଏହା କାର୍ଯ୍ୟକାରୀ ମଧ୍ୟ କରାଯାଇଛି। ଏହାଦ୍ୱାରା ଅଧିକାଂଶ ବ୍ୟକ୍ତି ନାନା ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ଏହାକୁ ବର୍ଷକ ପାଇଁ ବନ୍ଦ କରାଯାଇଥିବା ସୂଚନା ରହିଛି।