ଡେରାଡୁନ୍,୧୮।୮: ଉତ୍ତରାଖଣ୍ଡରେ ପୁଣି ପ୍ରକୃତିର କୋପ। ବାଦଲ ଫଟା ବର୍ଷା ଯୋଗୁ ଉତ୍ତରକାଶୀ ଜିଲାରେ ପାଣିରେ ଜଣେ ତିନି ବର୍ଷର ଶିଶୁ ସହ ଅନେକ ଲୋକ ଭାସି ଯାଇଛନ୍ତି। ସେମାନଙ୍କୁ ଖୋଜିବା ପାଇଁ ଏନଡିଆରଏଫର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଜିଲାର ମୋରି, ତହସୀଲ, ଆରାକୋଟ ଏବଂ ଟିକୋଚୀ ସମେତ ଅନେକ ଅଞ୍ଚଳରେ ବାଦଲ ଫଟା ବର୍ଷାର ପ୍ରଭାବ ପଡିଛି। ଏହାଦ୍ୱାରା ଅନେକ ଘର ପାଣିରେ ଭାସି ଯାଇଛି।