Categories: ଜାତୀୟ

ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍‌କା

ଡେରାଡୁନ,୧୨।୧୧: ଉତ୍ତରାଖଣ୍ଡ ପିଥରାଗଡ଼ ଜିଲାର କିଛି ଅଞ୍ଚଳରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ପିଥରାଗଡ଼ ରହିଥିବା ଜଣାପଡ଼ିଛି। ସକାଳ ୭ଟା ୩୦ରେ ପିଥରାଗଡ଼ର ମୁନସିୟାରି, ଡିଡିହାଟ ସମେତ ବହୁ ସ୍ଥାନରେ ଏହି ଝଟ୍‌କା ଅନୁଭୂତ ହୋଇଥିଲା। ଭୂକମ୍ପ ହେବା ସମୟରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ।

Share