Categories: ଜାତୀୟ

ଉତ୍ତରାଖଣ୍ଡରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ ହେଲେ ବଡ଼ କ୍ଷତି ସହିବାକୁ ପଡ଼ିବ: ହରିଶ ରାଓ୍ବତ

ଡେରାଡୁନ,୩୧।୮: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାଓ୍ବତଙ୍କ ଏକ ବଡ଼ ମନ୍ତବ୍ୟ ସାମ୍ନାକୁ ଆସିଛି। ଦେବଭୂମି ଉତ୍ତରାଖଣ୍ଡରେ ପର୍ଯ୍ୟାୟ କ୍ରମେ ମଦ ବିକ୍ରି କରାଯାଉ ବୋଲି ସେ କହିଛନ୍ତି। ଯଦି ସମ୍ପୂର୍ଣ୍ଣ ଭାବେ ମଦ ବିକ୍ରି ଉପରେ କଟକଣା ଲଗାଯାଏ ତେବେ ବହୁତ ବଡ଼ କ୍ଷତି ହେବ ବୋଲି ହରିଶ ରାଓ୍ବତ କହିଛନ୍ତି। ଏଥିସହ ସେ କହିଛନ୍ତି, ମଦ ବିକ୍ରି ବନ୍ଦ ପାଇଁ କେରଳରେ ଯେଉଁଭଳି ନିୟମ ଲାଗୁ କରାଯାଇଥିଲା ତାହାକୁ ମଡେଲ ଭାବେ ନେଇ ଉତ୍ତରାଖଣ୍ଡରେ ସେହିଭଳି ନିୟମ ଲାଗୁ କରାଯିବା ଉଚିତ୍‌। କାରଣ କେରଳରେ ପର୍ଯ୍ୟାୟକ୍ରମେ ମଦ ବିକ୍ରି ଉପରେ କଟକଣା ଲଗାଯାଉଥିବା ବେଳେ ବିହାର ଓ ଗୁଜରାଟରେ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି।

Share