Categories: ଜାତୀୟ

ଉତ୍ତରାଖଣ୍ଡ କ୍ୟାବିନେଟ୍‌ ମନ୍ତ୍ରୀ ସତପାଲ ମହାରାଜାଙ୍କୁ କରୋନା

ଡେରାଡୁନ୍‌,୩୧।୫: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି। ଉତ୍ତରଖଣ୍ଡର କ୍ୟାବିନେଟ ମନ୍ତ୍ରୀ ସତପାଲ ମହାରାଜ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ତାଙ୍କ ପୁଅ, ବୋହୂ ସମେତ ୨୨ଜଣ କର୍ମଚାରୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। ସତପାଲ କରୋନା ସଂକ୍ରମିତ ହେବା ପରେ ଏବେ ତାଙ୍କ କ୍ୟାବିନେଟ ସହଯୋଗୀମାନେ ମଧ୍ୟ କ୍ୱାରାଣ୍ଟାଇନ ରହିପାରନ୍ତି। କାରଣ ଗତ ଶୁକ୍ରବାର ସଚିବାଳୟରେ ଆୟୋଜିତ କ୍ୟାବିନେଟ ବୈଠକରେ ସତପାଲ ଯୋଗ ଦେଇଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ମଧ୍ୟ ସାମିଲ ଥିଲେ।

Share