ଧର୍ମଶାଳା,୧୬ା୭(ଆଇଏଏନ୍ଏସ୍)-ତିବ୍ବତର ଆଧ୍ୟାତ୍ମିକ ନେତା ଦଲାଇଲାମା ନିଜେ ତାଙ୍କର ଉତ୍ତରାଧିକାରୀ ସମ୍ପର୍କରେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ତାଙ୍କର ଉତ୍ତରାଧିକାରୀ ଜଣେ ସୁନ୍ଦରୀ ମହିଳା ହେବ ବୋଲି କିଛିଦିନ ପୂର୍ବେ ମନ୍ତବ୍ୟ ଦେଇ ଦଲାଇଲାମା ବିବାଦ ଘେରକୁ ଆସିଥିଲେ। ପରେ ସେ ଏଥିପାଇଁ କ୍ଷମା ମାଗିଥିଲେ। ଉତ୍ତରାଧିକାରୀ ଚାଇନାରୁ ଚୟନ କରାଯିବା ଜରୁରୀ ଏବଂ ଭାରତ ଏଥିରେ ହସ୍ତକ୍ଷେପ କରିବା ଉଚିତ ନୁହେଁ ବୋଲି ଦିନକ ପୂର୍ବରୁ ବେଜିଂ କହିଥିଲା। ତେବେ ଦଲାଇଲାମାଙ୍କର ଉତ୍ତରାଧିକାରୀ ରହିବେ କି ନାହିଁ ତାହା ସେ ୯୦ ବର୍ଷ ବୟସରେ ନିଷ୍ପତ୍ତି ନେବେ। ପୁନର୍ଜନ୍ମ ତାଙ୍କର ବ୍ୟକ୍ତିଗତ ଅଧିକାର ବୋଲି ଦଲାଇଲାମାଙ୍କ କାର୍ଯ୍ୟାଳୟର ଜଣେ କର୍ମଚାରୀ ଗଣମାଧ୍ୟମକୁ କହିଛନ୍ତି।