Categories: ଫୁରସତ

ଉତ୍ତର କୋରିଆର ଅଭିଶପ୍ତ ହୋଟେଲ: ୧୯୮୭ରୁ ଆଜିଯାଏ ଶେଷ ହୋଇପାରୁନି ନିର୍ମାଣ କାମ

ଉତ୍ତର କୋରିଆ ଭିନ୍ନ ଆଇନ କାନୁନ ଏବଂ ମିସାଇଲ ପରୀକ୍ଷଣ ପାଇଁ ବିଶ୍ୱରେ ପରିଚିତ। ଏହା ବ୍ୟତିତ ସେଠାରେ ଏମିତି ଅନେକ କିଛି ରହିଛି ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥାଏ। ସେଥିମଧ୍ୟରୁ ଗୋଟିଏ ହେଉଛି ରାଜଧାନୀ ପାୟୋଙ୍ଗୟାଙ୍ଗରେ ଥିବା ପିରାମିଡ ଆକାରର ଏକ ସୁଉଚ୍ଚ ହୋଟେଲ। ଏହି ହୋଟେଲର ଅଫିସିଆଲ ନାମ ‘ରୟୁରୟୋଙ୍ଗ’। ହେଲେ ଏହା ୟୁ-କ୍ୟୁଙ୍ଗ ନାମରେ ପରିଚିତ। ୩୩୦ ମିଟର ଉଚ୍ଚ ଏହି ହୋଟେଲରେ ସମୁଦାୟ ୧୦୫ଟି କୋଠରୀ ରହିଛି। ଏଣୁ ଏହା ୧୦୫ ବିଲ୍ଡିଂ ନାମରେ ମଧ୍ୟ ଜଣାଯାଏ। ବାହାରୁ ସୁନ୍ଦର ଦେଖାଯାଉଥିବା ଏହି ହୋଟେଲ ଅଭିଶପ୍ତ ବୋଲି କୁହାଯାଏ।
କିଛି ବର୍ଷ ପୂର୍ବେ ଆମେରିକାର ଏକ ମାଗାଜିନ୍‌ ଏହି ହୋଟେଲକୁ ମାନବ ଇତିହାସର ସବୁଠାରୁ ଖରାପ ହୋଟେଲ ବୋଲି କହିଥିଲା। ଏହାର ନିର୍ମାଣରେ ୭୫୦ ମିଲିୟନ୍‌ ଡଲାର ଅର୍ଥାତ୍‌ ୪୭ ଆରବ ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଆଜି ପର୍ଯ୍ୟନ୍ତ ଏହାର କାମ ଶେଷ ହୋଇପାରିନାହିଁ। ଏହାର ନିର୍ମାଣ କାର୍ଯ୍ୟ ୧୯୮୭ ମସିହାରେ ଆରମ୍ଭ ହୋଇଥିଲା। ୨ ବର୍ଷ ମଧ୍ୟରେ ଶେଷ ହେବ ବୋଲି ଆଶା କରାଯାଉଥିଲା, ମାତ୍ର ତାହା ହୋଇପାରିଲା ନାହିଁଁ। ୧୯୯୨ରେ ଏହାର ନିର୍ମାଣ କାର୍ଯ୍ୟକୁ ଅଧାରୁ ବନ୍ଦ କରିଦିଆଗଲା। କାରଣ ଉକ୍ତ ସମୟରେ ଉତ୍ତର କୋରିଆର ଆର୍ଥିକ ଅବସ୍ଥା ସେତେଟା ଭଲ ନ ଥିଲା। ୨୦୦୮ରେ ପୁଣି ଥରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୧୨ରେ ଶେଷ ହେବ ବୋଲି ଉତ୍ତର କୋରିୟା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ତାହା ସମ୍ଭବ ହୋଇନାହିଁ। ଆଜି ପର୍ଯ୍ୟନ୍ତ ଏହି ହୋଟେଲ ପୂର୍ବବତ ରହିଛି।

Share