Categories: ଖେଳ

ଉତ୍ତର କୋରିଆ ଜିତିଲା ଇଣ୍ଟରକଣ୍ଟିନେଣ୍ଟାଲ କପ୍‌

ଅହମ୍ମଦାବାଦ, ୨୦ା୭ (ପି.ଟି.)-ଉତ୍ତର କୋରିଆ ଇଣ୍ଟରକଣ୍ଟିନେଣ୍ଟାଲ ଫୁଟ୍‌ବଲ ଟୁର୍ନାମେଣ୍ଟର ଦ୍ୱିତୀୟ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶୁକ୍ରବାର ଅନୁଷ୍ଠିତ ଫାଇନାଲରେ ଦଳ ୧-୦ ଗୋଲରେ ତାଜିକ୍‌ସ୍ତାନକୁ ହରାଇ ଦେଇଥିଲା। ଚାରୋଟି ଦେଶକୁ ନେଇ ଅନୁଷ୍ଠିତ ଏହି ଟୁର୍ନାମେଣ୍ଟର ଫାଇନାଲ ଦୁଇ ନିମ୍ନ ର଼୍ୟାଙ୍କିଙ୍ଗପ୍ରାପ୍ତ ଦଳ ମଧ୍ୟରେ ହୋଇଥିଲା। ପ୍ରତିଯୋଗିତାରେ ଭାଗ ନେଇଥିବା ଅନ୍ୟ ଦୁଇ ଦଳ ହେଲେ ଗତଥରର ଚାମ୍ପିୟନ ତଥା ଆୟୋଜକ ଭାରତ ଏବଂ ସିରିଆ। ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ସିରିଆ ୮୫ତମ ସ୍ଥାନରେ ରହିଥିବାବେଳେ ଭାରତ ୧୦୧ ସ୍ଥାନରେ ରହିଛି। ତାଜିକ୍‌ସ୍ତାନ ୧୨୦ତମ ସ୍ଥାନରେ ରହିଥିବାବେଳେ ଉତ୍ତର କୋରିଆ ୧୨୨ତମ ସ୍ଥାନରେ ରହିଛି।

Share