Categories: ଜାତୀୟ

ଉତ୍ତର ଦେଉନି ବିକ୍ରମ ଲ୍ୟାଣ୍ଡର: ଯୋଗାଯୋଗର ସମ୍ଭାବନା କ୍ଷୀଣ

ଶ୍ରୀହରିକୋଟା,୧୬।୯ : ଇସ୍ରୋର ଚନ୍ଦ୍ରୟାନ-୨ ମିଶନରେ ଲ୍ୟାଣ୍ଡର ବିକ୍ରମ ସହିତ ଯୋଗାଯୋଗ ସମ୍ଭବ ହୋଇପାରୁନି। ନାସା ବିକ୍ରମ ପାଖକୁ ପଠାଇଥିବା ବାର୍ତ୍ତାର ଉତ୍ତର ଏପର୍ଯ୍ୟନ୍ତ ମିଳିନି। ସେପ୍ଟେମ୍ବର ୨୦-୨୧ପରେ ବିକ୍ରମ ସହିତ ଆଉ ଯୋଗାଯୋଗ କରାଯାଇପାରିବ ନାହିଁ। ଚନ୍ଦ୍ରରେ ୧୪ ଦିନ ଧରି ରାତି ଏହି ଦିନଠାରୁ ଆରମ୍ଭ ହେବ। ଏବେ ସେଠାରେ ଅପରାହ୍ନ ହୋଇଛି। ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ରାତି ହେଲେ ତାପମାତ୍ରା ମାଇନସ୍‌ ୧୮୩ ଡିଗ୍ରୀ ସେଲସିୟସ୍‌ ହୋଇଯିବ। ଏଭଳି ନିମ୍ନ ତାପମାତ୍ରାରେ ବିକ୍ରମ ଲ୍ୟାଣ୍ଡରର ଇଲୋକ୍ଟ୍ରୋନିକ୍ସ୍‌ ଯନ୍ତ୍ରାଶଂ କାମ କରିବାକୁ ସକ୍ଷମ ହେବେ କି ନାହିଁ ତାହା ସନ୍ଦେହ ମଧ୍ୟରେ ରହିଛି। ତେବେ ଯନ୍ତ୍ରାଶଂ କାମ ନ କରିବାର ଆଶଙ୍କା ଅଧିକ ରହିଛି। ଦିନ ସମୟରେ ୧୪ ଦିନ ପାଇଁ ସେପ୍ଟେମ୍ବର ୭ରୁ ୨୧ ପର୍ଯ୍ୟନ୍ତ ଏହା ଚନ୍ଦ୍ରପୃଷ୍ଠରେ ୫ଶହ ମିଟର ଘୁରିବୁଲିବାର ଯୋଜନା କରାଯାଇଥିଲା। ତେବେ ଧୀରେ ଧୀରେ ଅବତରଣ ନ ହୋଇ ବିକ୍ରମ ଚନ୍ଦ୍ରପୃଷ୍ଠରେ ପିଟି ହୋଇ ଓଲଟି ପଡ଼ି ଆଣ୍ଟେନାର ଦିଗ ବୁଲି ଯିବାରୁ ଇସ୍ରୋ ସହିତ ଏହାର ଯୋଗାଯୋଗ ସମ୍ଭବ ହୋଇପାରି ନ ଥିଲା।

Share