Categories: ଜାତୀୟ

ଉତ୍ତର ଦେବାକୁ ସକ୍ଷମ ଥିବା ଭାରତ ଚାହେଁ ଶାନ୍ତି, ଦେଶର ଅଖଣ୍ଡତା କ୍ଷେତ୍ରରେ ହେବ ନି ବୁଝାମଣା: ମୋଦି

ନୂଆଦିଲ୍ଲୀ, ୧୭।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ହୋଇଥିବା ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି ଯେ, ଯବାନଙ୍କ ବଳିଦାନ ବ୍ୟର୍ଥ ହେବନାହିଁ। ଦେଶ ପାଇଁ ଲଢ଼ି ସେମାନେ ଜୀବନ ଉତ୍ସର୍ଗ କରିଛନ୍ତି। ଭାରତ ଏହାର ଉତ୍ତର ଦେବାକୁ ସକ୍ଷମ। କିନ୍ତୁ ଦେଶ ଶାନ୍ତି ଚାହେଁ। ଦେଶର ଅଖଣ୍ଡତା କ୍ଷେତ୍ରରେ କୌଣସି ବୁଝାମଣା ହେବନି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Share