Categories: ଜାତୀୟ

ଉତ୍ତର ପରେ ଏବେ ଦକ୍ଷିଣ ଭାରତ ପାଳି: କର୍ନାଟକ,କେରଳରେ ରେଡ୍‌ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୨।୧୦: ଉତ୍ତର ଭାରତରେ ପ୍ରବଳ ବର୍ଷା ଜାରି ରହିବା ପରେ ଏବେ ଦକ୍ଷିଣ ଭାରତରେ ବନ୍ୟା ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। କର୍ନାଟକ, କେରଳ ଏବଂ ତାମିଲନାଡୁରେ ଲଗାତାର ବର୍ଷା ଲାଗି ରହିଛି। ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବର୍ଷା ଲାଗି ରହିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ କର୍ନାଟକ,କେରଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ସେହିପରି ତାମିଲନାଡୁର କେତେକ ଜିଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ସୂଚନା ଅଧାରରେ ଏସବୁ ରାଜ୍ୟର କେତେକ ସ୍କୁଲ କଲେଜକୁ ଛୁଟି କରି ଦିଆଯାଇଛି। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖାଯାଇଛି।

Share