Categories: ଜାତୀୟ

ଉତ୍ତର-ପୂର୍ବ ଦିଲ୍ଲୀରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନ ମୁତୟନ

ନୂଆଦିଲ୍ଲୀ,୨୫।୨: ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମିବାରେ ନା ଧରୁନି। ଏହାକୁ ଦୃଷ୍ଟିରେ ରଖି ଏଠାରେ ୩୫ କମ୍ପାନୀ ପାରାମିଲିଟାରୀ ଯବାନଙ୍କୁ ମୁତୟନ କରାଯାଇଛି। ଏହା ସହିତ ସ୍ପେସାଲ ସେଲ୍‌, କ୍ରାଇମ୍‌ ବ୍ରାଞ୍ଚ୍‌ ଏବଂ ଆର୍ଥିକ ଅପରାଧ ଓ୍ବିଙ୍ଗଙ୍କୁ ମଧ୍ୟ ଏଠାରେ ମୁତୟନ କରାଯାଇଥିବା ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି। ଏନେଇ ଯୁଗ୍ମ ପୋଲିସ କମିଶନର ଆଲୋକ କୁମାର ସୂଚନା ଦେଇଛନ୍ତି।

Share