ଉତ୍ତର ପ୍ରଦେଶରେ ଜିଏସ୍‌ଟି ଫ୍ରି ହେଲା ‘ତାନାଜୀ’

ଲକ୍ଷ୍ନୌ,୧୪।୧: ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ବଲିଉଡ୍‌ ନାୟକ ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ଓ୍ବାରିୟର’କୁ ରାଜ୍ୟରେ ଜିଏସ୍‌ଟି ଫ୍ରି ଘୋଷଣା କରିଛନ୍ତି। ନିକଟରେ କଂଗ୍ରେସ ଶାସିତ କିଛି ରାଜ୍ୟ ବଲିଉଡ୍‌ ନାୟିକା ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘ଛପାକ’କୁ ଟ୍ୟାକ୍ସ ଫ୍ରି କରିଥିବା ବେଳେ ‘ତାନାଜୀ’କୁ ମଧ୍ୟ ଟ୍ୟାକ୍ସ ଫ୍ରି କରିବାକୁ ଦାବି ହୋଇଥିଲା। ହେଲେ ଏବେ ଭାଜପା ଶାସିତ ରାଜ୍ୟ ‘ତାନାଜୀ’କୁ ଜିଏସ୍‌ଙ୍‌ଟି ଫ୍ରି ଘୋଷଣା କରିଛନ୍ତି। ଏହି ଫିଲ୍ମରେ ଅଜୟଙ୍କ ସହ ଶୈଫ ଅଲି ଖାଁ ଓ କାଜଲଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ଏବେ ଏହା ବକ୍ସ ଅଫିସରେ ଭଲ ବିଜନେସ୍‌ କରୁଥିବା ସୂଚନା ମିଳିଛି। ତିନି ଦିନ ଭିତରେ ଏହି ଫିଲ୍ମ ୬୧ କୋଟି ବିଜ୍‌ନେସ କରିଥିବା ଜଣାପଡିଛି।

Share