Categories: ଜାତୀୟ

ଉତ୍ତର ପ୍ରଦେଶରେ ପୋଲିସ ଉପରକୁ ପଥରମାଡ଼ କଲେ ବିକ୍ଷୋଭକାରୀ

ଗୋରଖପୁର,୨୦।୧୨: ନାଗରିକତ୍ୱ ସଂଶୋଧନ ଆଇନ୍‌(ସିଏଏ)କୁ ନେଇ ବିଭିନ୍ନ ସ୍ଥାନରେ ହୋଇଥିବା ବିରୋଧ ପ୍ରଦର୍ଶନ ବେଳକୁ ବେଳ ଉଗ୍ରରୂପ ନେବାରେ ଲାଗିଲାଣି। ଶୁକ୍ରବାର କେତେକ ସ୍ଥାନରେ ଲୋକେ ପୋଲିସ ଉପରକୁ ପଥରମାଡ଼ କରିଥିବା ଜଣାପଡିଛି। ଉତ୍ତର ପ୍ରଦେଶର ଗୋରଖପୁରରେ ସାଧାରଣ ଜନତା ପୋଲିସକୁ ଟାର୍ଗେଟକରି ପଥରମାଡ଼ କରିଥିବା ବେଳେ ପୋଲିସ ମଧ୍ୟ ଲାଠି ଚାର୍ଜ କରିଥିବା କୁହାଯାଉଛି। ହେଲେ ପ୍ରଦର୍ଶନକାରୀମାନେ ନିଜ ଜିଦ୍‌ରେ ଅଟଳ ଥିବା ବେଳେ ପୋଲିସ ଉପରକୁ ଆକ୍ରମଣ ମଧ୍ୟ କରିଛନ୍ତି। ଏଥିରେ ମୃତାହତଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନାହିଁ।

Share