ଉତ୍ତର ବଦଳରେ ପ୍ରଶଂସକଙ୍କୁ ୧ ଲକ୍ଷ ମାଗିଲେ କାର୍ତ୍ତିକ: ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ର଼୍ୟାନ୍‌ ଫିଲ୍ମ ସମେତ ଫ୍ୟାଶନ ଏବଂ ଲୁକ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ଫ୍ୟାନ୍‌ ଫଲୋୟିଂ ଅଛନ୍ତି। ନିକଟରେ କାର୍ତ୍ତିକ ତାଙ୍କର ଜଣେ ପ୍ରଶଂସକଙ୍କୁ ୧ ଲକ୍ଷ ଟଙ୍କା ମାଗିଛନ୍ତି। ଆଜ୍ଞା ହଁ, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ।


ପ୍ରକୃତ କଥା ହେଲା, ଇନ୍‌ଷ୍ଟାଗ୍ରାମ୍‌ରେ ଜଣେ ପ୍ରଶଂସକ କାର୍ତ୍ତିକଙ୍କ ଉତ୍ତରକୁ ଦୀର୍ଘ ଦିନ ହେବ ଅପେକ୍ଷା କରିଥିଲେ। ତେଣୁ ସେ କାର୍ତ୍ତିକଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି, ଭାଇ ମୁଁ ତୁମକୁ ୧ ଲକ୍ଷ ଟଙ୍କା ଦେବି, ଭଉଣୀକୁ ଉତ୍ତର ଦିଅ। ପ୍ରଶଂସକଙ୍କ ଏହି ମନ୍ତବ୍ୟ ପରେ କାର୍ତ୍ତିକ ମଧ୍ୟ ଉତ୍ତର ଦେଇଛନ୍ତି। ସେ ଲେଖିଛନ୍ତି, ଏଇ ଉତ୍ତର ଦେଲି, ମୋର ଟଙ୍କା କାହିଁ। ଏହିପରି ଭାବେ କାର୍ତ୍ତିକ ଉତ୍ତର ବଦଳରେ ତାଙ୍କ ପ୍ରଶଂସକଙ୍କୁ ୧ ଲକ୍ଷ ଟଙ୍କା ମାଗିଛନ୍ତି। ଏହି ପୋଷ୍ଟଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share