Categories: ଜାତୀୟ

ଉତ୍ତର ଭାରତରେ ଘନ କୁହୁଡି: ଟ୍ରେନ୍‌, ବିମାନ ସେବା ବାଧାପ୍ରାପ୍ତ

ନୂଆଦିଲ୍ଲୀ,୩୦।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ହାଡଭଙ୍ଗା ଶୀତ ଅନୁଭୂତ ହୋଇଛି। ସୋମବାର ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ପାରଦ ତଳକୁ ଖସିଆସିଛି। ଉତ୍ତର ପ୍ରଦେଶ, ବିହାର ସମେତ ଆଉ କିଛି ସ୍ଥାନରେ ତାପମାତ୍ରା ୫ ଡିଗ୍ରୀ ତଳକୁ ଚାଲି ଆସିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିଲ୍ଲୀରେ ସୋମବାର ସକାଳେ ଘନ କୁହୁଡି ଦେଖାଯିବାରୁ ଏହାର ପ୍ରଭାବ ଟ୍ରେନ୍‌ ସେବା ଓ ବିମାନ ସେବା ଉପରେ ପଡିଛି। କେତେ ଗୁଡିଏ ଟ୍ରେନ୍‌ ବିଳମ୍ବରେ ଚାଲୁଥିବା ବେଳେ ଆଉ କେତେକର ଯାତ୍ରାକୁ ବାତିଲ କରି ଦିଆଯାଇଛି। ସେହିପରି ଘନ କୁହୁଡି ଯୋଗୁ ବିମାନ ଉଡାଣରେ ମଧ୍ୟ ବିଳମ୍ବ ହୋଇଛି।

Share