Categories: ଜାତୀୟ

ଉତ୍ତର ଭାରତରେ ଘନ କୁହୁଡି ଯୋଗୁ ବିଳମ୍ବରେ ଉଡିଲା ୫ ଶହ ବିମାନ

ନୂଆଦିଲ୍ଲୀ,୩୦।୧୨: ସାରା ଦେଶରେ ଶୀତ ଲହରୀ ଜାରି ରହିଥିବା ବେଳେ ଉତ୍ତର ଭାରତରେ ଶହ ଶହ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ। ତା’ ସାଙ୍ଗକୁ ଘନ କୁହୁଡି ସାଧାରଣ ଜୀବନଯାତ୍ରାରେ ବ୍ୟଘାତ ସୃଷ୍ଟି କରିଛି। ସୋମବାର ସକାଳେ କୁହୁଡି ଯୋଗୁ ଉତ୍ତର ପ୍ରଦେଶରେ ଏକ ଦୁର୍ଘଟଣା ଘଟିବାରୁ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଥିଲା। ଏପଟେ ରାଜଧାନୀ ଆକାଶରେ ଘନ କୁହୁଡି ଥିବାରୁ ସୋମବାର ପ୍ରାୟ ୫ଶହ ବିମାନ ବିଳମ୍ବରେ ଉଡିଥିବା କହିଛନ୍ତି ଦିଲ୍ଲୀ ବିମାନ ବନ୍ଦର ଅଧିକାରୀ। ସେହିପରି ୨୧ଟି ବିମାନର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟିର ଉଡାଣ ବାତିଲ କରାଯାଇଛି। ଘନ କୁହୁଡି ଯୋଗୁ ଟ୍ରେନ୍‌ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରବଳ ଶୀତରେ ଲୋକେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନ ପାରି ଆହୁରି ଅସୁବିଧା ଭୋଗୁଥିବା ଲକ୍ଷ୍ୟ କରାଯାଇଛି।

Share