Categories: ଜାତୀୟ

ଉତ୍ତର ଭାରତରେ ପ୍ରବଳ ଶୀତଲହରୀ: ଟ୍ରେନ ସେବା ବ୍ୟାହତ

ନୂଆଦିଲ୍ଲୀ,୨୭।୧୨: ରାଜଧାନୀ ଦିଲ୍ଲୀ ସମେତ ସମଗ୍ର ଉତ୍ତର ଭାରତରେ ପ୍ରବଳ ଶୀତଲହରୀ ଅନୁଭୂତ ହେଉଛି। ରାଜଧାନୀ ନୂଆଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୫.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବାବେଳେ ସର୍ବାଧିକ ୧୩.୪ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି। ପ୍ରବଳ ଥଣ୍ଡା ଏବଂ କୁହୁଡି ଯୋଗୁ ଟ୍ରେନ୍‌ ସେବା ବ୍ୟାହତ ଘଟିଛି। ଦିଲ୍ଲୀ ଆସୁଥିବା ପାଖାପାଖି ୨୫ଟି ଟ୍ରେନ୍‌ ୨ ଘଣ୍ଟା ବିଳମ୍ବରେ ଆସୁଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜମ୍ମୁ-କଶ୍ମୀର ଏବଂ ଲଦାଖ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ସବୁଠାରୁ ଥଣ୍ଡା ସହର ବୋଲି ଜଣାପଡିଛି। ଏଠାରେ ତାପମାତ୍ରା -୩୦.୨ ଡିଗ୍ରୀ ସେଲ୍‌ସିୟସ ରହିଛି। ଉତ୍ତର ଭାରତରେ ପାରଦ ଲଗାତାର ନକାରାତ୍ମକ ହେବାରେ ଲାଗିଥିବାବେଳେ ଆଗାମୀ ଦିନରେ ଆହୁରି ଖସିବ ବୋଲି ଅନୁମାନ କରାଯାଉଛି।

Share