Categories: ଜାତୀୟ

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା ରେକର୍ଡ ଭାଙ୍ଗୀ ୧.୭ ଡିଗ୍ରୀରେ ପହଞ୍ଚିଥିବା ବେଳେ ଅଧିକାଂଶ ସ୍ଥାନରେ ଏହା ପାଖାପାଖି ୫ ଡିଗ୍ରୀ ରହିଛି। ଏହାକୁ ଦେଖି ଉତ୍ତର ପ୍ରଦେଶର ସରକାରୀ ଓ ବେସରକାରୀ ସ୍କୁଲକୁ କିଛିଦିନ ପାଇଁ ବନ୍ଦ କରି ଦିଆଯାଇଛି। କୁହୁଡି ଯୋଗୁ ଟ୍ରେନ୍‌ ଓ ବିମାନ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରବଳ ଶୀତକୁ ଦେଖି ପାଣିପାଗ ବିଭାଗ ପକ୍ଷରୁ ୪ ରାଜ୍ୟକୁ ରେର୍ଡ ଆଲର୍ଟ ଜାରି କରାଯାଇଛି। ଏହି ରାଜ୍ୟ ଗୁଡିକ ହେଉଛି ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ ଓ ରାଜସ୍ଥାନ। ସେହିଭଳି ମଧ୍ୟ ପ୍ରଦେଶ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ରାଜଧାନୀ ଦିଲ୍ଲୀରେ ତାପମାତ୍ରା ୧୧୮ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ରାଜସ୍ଥାନର ତାପମାତ୍ରା ମାଇନସ୍‌ ୪ ଡିଗ୍ରୀରେ ପହଞ୍ଚିଛି।

Share