Categories: ଜାତୀୟ

ଉତ୍ତେଜନା ମଧ୍ୟରେ ମସ୍କୋ ଗସ୍ତ କରିବେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୧୯।୬: ଲଦାଖ ଏଲ୍‌ଏସିରେ ଚାଇନା ସହ ଦେଖାଦେଖଇଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ରୁଷ ଯାତ୍ରା କରିବେ। କିନ୍ତୁ ଏହି ଗସ୍ତ ସମୟରେ ରାଜନାଥ ଚାଇନାର ବରିଷ୍ଠ ଅଧିକାରୀଙ୍କୁ ଭେଟିବେ ନାହିଁ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଜୁନ ୨୨ରେ ରୁଷ ଗସ୍ତ କରିବେ। ନାଜି ଜର୍ମାନୀ ଉପରେ ବିଜୟ ହାସଲ କରିବାର ୭୫ତମ ବାର୍ଷିକୀ ଅବସରରେ ଯୋଗଦେବାକୁ ରାଜନାଥ ରୁଷ ଯାଉଛନ୍ତି। ଏହି ଅବସରରେ ରାଜନାଥଙ୍କ ସହ ପ୍ରତିରକ୍ଷା ସଚିବ ଅଜୟ କୁମାର ଓ ପ୍ରତ୍ୟେକ ସଶସ୍ତ୍ର ବାହିନୀର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ରହିବେ। ଏତଦ୍‌ ବ୍ୟତୀତ ଏହି କାର୍ଯ୍ୟକ୍ରମରେ ଭାରତୀୟ ସୁରକ୍ଷାକର୍ମୀ ମଧ୍ୟ ଅଂଶ ଗ୍ରହଣ କରିବେ। ତେବେ ମସ୍କୋ ଗସ୍ତ ସମୟରେ ରାଜନାଥ ରୁଷର ବରିଷ୍ଠ ନେତା ତଥା ଦେଶର ଅନ୍ୟ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିନ୍ତୁ ଲଦାଖରେ ଚାଲିଥିବା ଉତ୍ତେଜନାକୁ ନେଇ ସେ ଚାଇନା ନେତାଙ୍କୁ ଭେଟିବେ ନାହିଁ ସୂଚନା ରହିଛି।

Share