ଭୁବନେଶ୍ୱର,୬।୫: ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ନବୀନ ଜିନ୍ଦଲଙ୍କ ନେତୃତ୍ୱାଧୀନ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍(ଜେଏସ୍ପିଏଲ୍) ରେକର୍ଡ ହାସଲ କରିଛି। ବର୍ତ୍ତମାନର ଚ୍ୟାଲେଞ୍ଜିଂ ସମୟରେ ମଧ୍ୟ ଇସ୍ପାତ ରପ୍ତାନି କ୍ଷେତ୍ରରେ ମଧ୍ୟ କମ୍ପାନୀ ରେକର୍ଡ ୧୦୯% ଅଭିବୃଦ୍ଧି କରିଛି। ଏପ୍ରିଲରେ କମ୍ପାନୀ ୫.୫୦ ଲକ୍ଷ ମେଟ୍ରିକ ଟନ୍ ଇସ୍ପାତ ଓ ଗ୍ରାନୁଲେଟେଡ୍ ପିଗ୍ ଆଇରନ ଉତ୍ପାଦନକରି ୫% ଅଭିବୃଦ୍ଧି ହାସଲ କରୁଛି। ଜେଏସ୍ପିଏଲ୍ ଗ୍ରୁପ୍ ସମୂହ ୬.୫୫ ମେଟ୍ରିକ ଟନ୍ ଇସ୍ପାତ ଉତ୍ପାଦନ କରିଛି। ଜେଏସ୍ପିଏଲ୍ର ପରିଚାଳନା ନିର୍ଦ୍ଦେଶକ ଭି.ଆର୍. ଶର୍ମା କହିଛନ୍ତି, ରେଳପଥ ଏବଂ ପୂର୍ବ ଭାରତର ବିଭିନ୍ନ ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗ ହେତୁ କମ୍ପାନୀ ଇସ୍ପାତ ଉତ୍ପାଦନ ଜାରି ରଖିଛି।