Categories: ବାଣିଜ୍ୟ

ଉତ୍ପାଦନ ୧୮% ହ୍ରାସ କଲା ମାରୁତି ସୁଜୁକି

ନୂଆଦିଲ୍ଲୀ,୧୧-୬: ଦେଶର ପ୍ରମୁଖ କାର୍‌ ନିର୍ମାତା ମାରୁତି ସୁଜୁକି ଇଣ୍ଡିଆ ଗତ ମାସରେ ଏହାର ଉତ୍ପାଦନକୁ ୧୮% କମାଇଛି। ଗତ ୪ ମାସ ଧରି କମ୍ପାନୀ ଏହାର ଉତ୍ପାଦନ ହ୍ରାସ କରିଥିବା ରେଗୋଲେଟୋରୀ ଫାଇଲିଂରୁ ଜଣାପଡିଛି। ମେ ମାସରେ କମ୍ପାନୀ ୧.୫୧ ଲକ୍ଷ ୟୁନିଟ ଯାନ ଉତ୍ପାଦନ କରିଛି। ଏଥିରେ ସୁପର କ୍ୟାରୀ ହାଲକା ବାଣିଜି୍ୟକ ଯାନ ସାମିଲ ରହିଛି। ଗତ ମାସ ମେ ମାସରେ କମ୍ପାନୀ ୧.୮୪ ଲକ୍ଷ ୟୁନିଟ ଯାନ ଉତ୍ପାଦନ କରିଥିବା ବେଳେ ଚଳିତ ବର୍ଷ ୧୮.୧% ଉତ୍ପାଦନ ହ୍ରାସ କରିଥିବା କହିଛି। ଚାହିଦା ପ୍ରଭାବିତ ହେବାରୁ କମ୍ପାନୀଗୁଡିକ ବିକ୍ରି କ୍ଷେତ୍ରରେ ବିଭିନ୍ନ ପ୍ରତିବନ୍ଧକ ସାମ୍ନା କରୁଛନ୍ତି। ଫଳରେ କମ୍ପାନୀଗୁଡିକ ବାଧ୍ୟ ହୋଇ ନିଜର ଉତ୍ପାଦନକୁ ହ୍ରାସ କରୁଥିବା ଶିଳ୍ପ ସୂତ୍ରରୁ ସୂଚନା ରହିଛି। ଚଳିତ ବର୍ଷ ଏପ୍ରିଲରେ ମୋଟ ପାସେଞ୍ଜର ଯାନ ବିକ୍ରିରେ ୧୭% ହ୍ରାସ ଘଟିଛି। ଏହା ଗତ ୮ ବର୍ଷର ସବୁଠାରୁ ସର୍ବନିମ୍ନ ସ୍ତର। ଚାହିଦା ହ୍ରାସ ଏବଂ ବଜାରରେ ନଗଦ ସଙ୍କଟ ଭଳି ଅନ୍ୟ କିଛି ସମସ୍ୟା ବିକ୍ରି ଉପରେ ପ୍ରଭାବ ପକାଉଥିବା ଜଣାପଡିଛି।

Share