Categories: ଜାତୀୟ

ଉତ୍ସାହ ଆଗରେ ହାର୍‌ ମାନିଛି ବୟସ: ୯୩ ବର୍ଷ ବୟସ୍କ ବୃଦ୍ଧ ଶିଖାଉଛନ୍ତି କୁସ୍ତି ଲଢ଼ିବା

ମଦୁରାଇ,୧୩।୭: ତାମିଲନାଡୁର ମଦୁରାଇରେ ବାସ କରୁଥିବା ଜଣେ ୯୩ ବର୍ଷ ବୟସ୍କ ବୃଦ୍ଧଙ୍କ ଉତ୍ସାହ ଆଗରେ ବୟସ ହାର୍‌ ମାନିଛି। ସେ ସ୍ଥାନୀୟ ଯୁବକଙ୍କୁ କୁସ୍ତି ଲଢ଼ିବା ଶିଖାଉଛନ୍ତି। ଏଠାରେ ବାସ କରୁଥିବା ପାଲାନି ନାମକ ଏହି ବୃଦ୍ଧ ଜଣଙ୍କ ୧୯୯୪ରେ କୁସ୍ତି ସ୍କୁଲ ଆରମ୍ଭ କରିଥିଲେ। ଗତ ୭୫ ବର୍ଷ ଧରି ସେ କୁସ୍ତି ଲଢ଼ିବାର ସ୍ବତନ୍ତ୍ର କୌଶଳ ସମ୍ପର୍କରେ ଯୁବକଙ୍କୁ ଶିକ୍ଷାଦାନ ଜାରି ରଖିଛନ୍ତି। ନିଜେ କୁସ୍ତି ରିଙ୍ଗ୍‌ରେ ପ୍ରବେଶ କରି ଯୁବକଙ୍କ ଭୁଲ୍‌କୁ ସୁଧାରିବା ସହିତ ଶିକ୍ଷାର୍ଥୀଙ୍କୁ ସେ ଉତ୍ସାହିତ କରିଥାନ୍ତି। ଏବେ ପାଲାନିଙ୍କ କୁସ୍ତି ଶିଖାଉଥିବା ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share