Categories: ଖେଳ

ଉଥାପ୍ପାଙ୍କ ଶତକ: କେରଳ ୨୭୬/୩

ଥୁମ୍ବା (କେରଳ), ୯ା୧୨ (ପି.ଟି.)-ଏଠାରେ ସୋମବାର ଆରମ୍ଭ ହୋଇଥିବା ଦିଲ୍ଲୀ ବିପକ୍ଷ ରଣଜୀ ଟ୍ରଫି ଗ୍ରୁପ୍‌ ଏ’ ମ୍ୟାଚରେ ରବିନ ଉଥାପ୍ପା ଧୈର୍ଯ୍ୟପୂର୍ଣ୍ଣ ଶତକ ହାସଲ କରିଥିବାବେଳେ କେରଳ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇେକେଟ ବିନିମୟରେ ୨୭୬ ରନ ସଂଗ୍ରହ କରିଛି। ଗତ କିଛି ସିଜନ ଧରି ଖରାପ ଫର୍ମରେ ଥିବା ଉଥାପ୍ପା ୨୨୧ ବଲ୍‌ ସମ୍ମୁୂଖୀନ ହୋଇ ୭ ଚୌକା ଓ ୩ ଛକା ସହ ୧୦୨ ରନ କରିଛନ୍ତି। ଦ୍ୱିତୀୟ ଉଇକେଟରେ ଓପନର ପୋନମ ରାହୁଲ (୯୭ରନ)ଙ୍କ ସହିତ ୧୧୮ରନ ଯୋଗ କରି ପାରିଛନ୍ତି। ଦିନର ଫାଇନାଲ ଓଭରରେ ପ୍ରଦୀପ ସାଙ୍ଗଓ୍ବାନ(୯.୧ ଓଭରରେ ୧୮/୧)ଙ୍କ ଦ୍ୱାରା ଆଉଟ ହେବା ପୂର୍ବରୁ ଉଥାପ୍ପା ତାଙ୍କ ୨୨ ତମ ଶତକ ହାସଲ କରିଛନ୍ତି। ସେ ଆହୁରି ମଧ୍ୟ ତୃତୀୟ ଉଇକେଟରେ ଅଧିନାୟକ ସଚିନ ବେବି (୩୬*)ଙ୍କ ସହିତ ୯୦ ରନ ଯୋଗ କରିଛନ୍ତି। ରାହୁଲ ମାତ୍ର ୩ ରନ ପାଇଁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଏକ ମନ୍ଥର ଟ୍ରାକ୍‌ରେ କେରଳ ଅଧିନାୟକ ବେବିଙ୍କ ନିଷ୍ପତ୍ତି ଠିକ୍‌ ଥଲା। ଏଛଛଡ଼ା ଦିଲ୍ଲୀ ଟିମ୍‌ ମ୍ୟାନେଜମେଣ୍ଟର ଟୁର୍ନାମେଣ୍ଟ ପାଇଁ ଏକ ଦୁର୍ବଳ ଦଳ ମନୋନୟନରୁ କେରଳ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନମାନେ ଏଥରୁ ପୁରା ଫାଇଦା ଉଠାଇଥିଲେ। ଦିଲ୍ଲୀ କୋଚ୍‌ କେ.ପି ଭାସ୍କର ଏହି ମ୍ୟାଚ ପାଇଁ ଦଳରେ ୪ ଜଣ ସ୍ପିନର ସାମିଲ କରିଛନ୍ତି। ହେଲେ ସେମାନେ କେରଳ ବ୍ୟାଟ୍ସମ୍ୟାନଙ୍କ ଉପରେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଥିଲେ।

Share