ଉଦଳାରେ ଡେଙ୍ଗୁ ରୋଗୀ ଚିହ୍ନଟ

ଉଦଳା,୪ା୧୧(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବ୍ଲକ ଅଞ୍ଚଳରେ ଜଣେଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ରୋଗୀ ଜଣକ ଏବେ ବାରିପଦା ପିଆରଏମ୍‌ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ, ଉଦଳା ବ୍ଲକ ଅଧୀନ କୋଚିଳାଡିହା ପଞ୍ଚାୟତ ଅଞ୍ଚଳର ଜଣେ ଯୁବକ ଭୁବନେଶ୍ୱରଠାରେ ରହି କାର୍ଯ୍ୟ କରୁଥିଲେ। ଗତ କାଳୀପୂଜା ସମୟରେ ସେ ନିଜ ଗାଁକୁ ଆସିଥିଲେ। ତେବେ କାଳୀପୂଜା ପର ଦିନଠାରୁ ତାଙ୍କୁ ଜ୍ୱର ହୋଇଥିଲା। ଜ୍ୱର ନ କମିବାରୁ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାରେ ଚିକିସତ୍ା ନିମନ୍ତେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ବେଳେ ତାଙ୍କର ରକ୍ତ ପରୀକ୍ଷା କରାଯାଇଥିଲା। ସେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବାରୁୁ ଶନିବାର ରାତିରେ ଚିକିତ୍ସା ନିମନ୍ତେ ତାଙ୍କୁ ବାରିପଦା ପିଆରଏମ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।