ଉଦ୍ଧବକୁଁ ସାହାଯ୍‌ର ହାତ ବଢ଼ାଲା ପରଶାସନ

ଲାଠୋର, ୨୨ା୬ (ଡି.ଏନ୍‌.ଏ) :  ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ମାଲପଡ଼ା ପଁଚେତ୍‌ ଅଧୀନ କହ୍ନେଇଛାପର ଖଇରାପଡ଼ାର ପକ୍ଷାଘାତ ରୁଗୀ ଉଦ୍ଧବ ଭୋଇ(୫୨)କୁଁ ବ୍ଲକ ପରଶାସନ ସାହାଯ୍‌ର ହାତ ବଢ଼େଇଥିବାର ଜନାପଡ଼ିଛେ।
ସୂଚନା ଅନ୍‌ସାରେ ଉଦ୍ଧବ ଗଲା ୬ ବଛର ତଲେ ପକ୍ଷାଘାତ ରୋଗ୍‌ରେ ଆକ୍‌ରଁାତ ହେଇଥିଲେ। ସେ ପେଟ କାଟି ଯାହା ସଁଚିଥିଲେ ସବୁ ଚିକିସତ୍ାରେ ଖରଚ୍‌କରି ସରବ୍‌ସୁଅଁାତ ହେଇଯାଇଛନ୍‌। ଇଆଡ଼େ ଅଭାବ ଅନାଟନ ଲାଗି ଉଷୋକଷା ତ ଦୂରର କଥା ପରିବାର ଲୋକ୍‌ ତାହାକୁ ଭଲସେ ମୁଠେ ଖାଏବାକେ ନାଇଁ ଦେଇପାରୁଥାଇ। ଏନ୍‌ତାଥି ପରିବାର ଲୋକ ଉପେ ଶୂଇନ୍‌ ହେଇ ଥାନୀୟ ଧରିତ୍ରୀ ପରତିନିଧିକୁଁ ନିଜର ଦୁଖ୍‌ ବଖାନିଥିଲେ। ଇ ବାବ୍‌ଦେ ଗଲା ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ସାହାଯ୍‌ ଆଶ୍‌ରେ ପକ୍ଷାଘାତ ରୁଗୀ’ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ବରଗଡ଼ ଜିଲା ଯୋଖୀପାଲିର ୟୁଥଏଗେଁଷ୍ଟ କରପ୍‌ସନ ସଂଗଠନ ସିଏମ୍‌ଓ ଓଡ଼ିଶା, ଏଚ୍‌ଏଫଡବ୍ଲ୍ୟୁ ଓଡ଼ିଶା, ସିଡିଏମଓ ବଲାଙ୍ଗୀରକୁଁ ଟ୍ବିଟ୍‌ କରି ଉଦ୍ଧବକୁଁ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ଇତାକେ ଆଧାର କରି ଗଲା ଗୁରୁବାର ଖପ୍ରାଖୋଲ ବିଡିଓ ତରଣୀ ସୁନା, ଡା. ପ୍ରହଲ୍ଲାଦ ମେହେରକଁର ସଂଗେ ଗୁଟେ ଡାକ୍‌ତରି ଦଲ ଉଦ୍ଧବକଁର ଘରେ ପୁହୁଁଚିଥିଲା। ସେଠାନେ ରୁଗୀକଁୁ ରେଡକ୍ରସ ତରଫୁ ୫ ହଜାର ଟଁକା ସାହାଯ୍‌ ଦେବାର ସଂଗେ ଡାକ୍‌ତରି ଦଲ ଉଦ୍ଧବକଁର ପରୀକ୍ଷା ନିରୀକ୍ଷା କରିଥିଲେ। ରିପୋର୍ଟ ଆଏଲା ଉତାରୁ ଉଚ ଅଧ୍‌କାରୀକଁର ସଂଗେ କଥା ହେଇ ରୁଗୀକଁର ଉଚତର ଚିକିସତ୍ା ଦିଗେ ପଦକ୍ଷେପ ନିଆଯିବା ବଲି ବିଡିଓ କହିଛନ୍‌। ବିଡିଓକଁର ଇ ପଦକ୍ଷେପକେ ପଡ଼ାବାସୀ ବଡ଼ଭାରି ପରଶଁସା କରବାର ସଂଗେ ଧଏନ୍‌ବାଦ ଜନେଇଛନ୍‌।