Categories: ଜାତୀୟ

ଉଦ୍ଧବଙ୍କୁ କଂଗ୍ରେସର ଦୋଷାରୋପ

ମୁମ୍ବାଇ,୨୭ା୫: ମହାରାଷ୍ଟ୍ରରେ ଦେଶର ସର୍ବାଧିକ ଭୂତାଣୁ ଆକ୍ରାନ୍ତ ଅଛନ୍ତି। ୫୨ ହଜାରରୁ ଊର୍ଦ୍ଧ୍ୱ କରୋନା ରୋଗୀ ଏଠାରେ ଥିବାବେଳେ ପ୍ରାୟ ୧୭ ଶହ ଲୋକଙ୍କ ଜୀବନ ଗଲାଣି। ଏଭଳି ସ୍ଥିତିକୁ ନିୟନ୍ତ୍ରଣାଧୀନ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ସରକାରଙ୍କ ଆଡ଼କୁ ଅଙ୍ଗୁଳି ଉଠିଲାଣି। ମହାରାଷ୍ଟ୍ର ସରକାରରେ ଭାଗୁଆଳି ଦଳ ଥିବା କଂଗ୍ରେସ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ ସମାଲୋଚନା କରିବା ଆରମ୍ଭ କରିଛି। ମିଡିଆ ଅପେକ୍ଷା ସହଯୋଗୀ ଦଳକୁ ନେଇ କାମ କରିବା ଓ ଅଧିକ ତଥ୍ୟ ଦେବା ଜରୁରୀ ବୋଲି ବରିଷ୍ଠ କଂଗ୍ରେସ ନେତା ସଞ୍ଜୟ ନିରୁପମ୍‌ ପ୍ରକାଶ କରିଛନ୍ତି। ଫଳରେ ମେଣ୍ଟରେ ଫାଟ ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ମିଡିଆ ଓ ଲୋକଙ୍କ ଆଗରେ ସବୁକିଛି କହୁଛନ୍ତି, ହେଲେ ମେଣ୍ଟ ସହଯୋଗୀଙ୍କ ସହ କିଛି ଆଲୋଚନା କରୁନାହାନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ବାରମ୍ବାର ନିଷ୍ପତ୍ତି ପରିବର୍ତ୍ତନ କରିବା, ନିଷ୍ପତ୍ତି ନେବାରେ ବିଳମ୍ବ ହେବା ଓ ଭୁଲ୍‌ ପଦକ୍ଷେପ ନେବା ଯୋଗୁ କରୋନା ସମସ୍ୟା ରାଜ୍ୟରେ ବଢ଼ି ବଢ଼ି ଚାଲିଥିବା ଏହି ପୂର୍ବତନ ଏମ୍‌ପି ଅଭିଯୋଗ କରିଛନ୍ତି।

Share