ମୁମ୍ବାଇ,୩୦।୧୧: ମହାରାଷ୍ଟ୍ର ବିଧାନସଭାରେ ଶନିବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେଇଥିଲେ। ତାଙ୍କ ସପକ୍ଷରେ ୧୬୯ଭୋଟ ଆସିଥିବା ବେଳେ ଏବେ ସେ ତାଙ୍କ କ୍ୟାବିନେଟ ବିସ୍ତାର କରିବାର ରାସ୍ତା ସଫା ହୋଇଗଲା ବୋଲି ଆଲୋଚନା ହେଲାଣି। ସବୁଠାରୁ ବଡକଥା ହେଲା ଏହି ଭୋଟ ସମୟରେ ଉଦ୍ଧବଙ୍କ ଭାଇ ରାଜ ଠାକରେଙ୍କ ଦଳ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍ଏନ୍ଏସ୍)ର ବିଧାୟକ ରାଜୁ ପାଟିଲ ତାଙ୍କୁ ଭୋଟ ଦେଇ ନ ଥିଲେ ବୋଲି ଜଣାପଡିଛି। କାରଣ ସେ କୌଣସି ଦଳକୁ ସମର୍ଥନ ନ କରି ଗୃହତ୍ୟାଗ କରିଥିଲେ। ସେହିପରି ଓବେସିଙ୍କ ଦଳ ଏମ୍ଆଇଏମ୍ରୁ ୨ ଓ ସିପିଆଇଏମ୍ର ଜଣେ ବିଧାୟକ ମଧ୍ୟ ଏହି ଆସ୍ଥା ଭୋଟରେ ଯୋଗ ଦେଇ ନ ଥିଲେ।