Categories: ଜାତୀୟ

ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୯।୧୧: ‘ଠାକ୍‌ରେ’ ପରିବାରର ପ୍ରଥମ ସଦସ୍ୟ ଭାବେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଛନ୍ତି ଉଦ୍ଧବ ଠାକ୍‌ରେ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଶାଳ ଜନସମୁଦ୍ରର ଉପସ୍ଥିତିରେ ଶିବାଜୀ ପାର୍କଠାରେ ସେ ଶପଥ ନେଇଛନ୍ତି। ଦୀର୍ଘ ୨ ଦଶନ୍ଧି ପରେ ଜଣେ ଶିବସେନା ସଦସ୍ୟ ମୁଖ୍ୟମନ୍ତ୍ରୀ ହୋଇଥିବା ଜଣାପଡିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଧବଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ ଯୋଗେ ମୋଦି କହିଛନ୍ତି, ମୋର ଉଦ୍ଧବଙ୍କ ଭରସା ଅଛି ସେ ମହାରାଷ୍ଟ୍ରକୁ ଏକ ଉଜ୍ଜଳ ଭବିଷ୍ୟତ ପାଇଁ କଡା ପରିଶ୍ରମ ସହ କାମ କରିବେ। ସୂଚନାଯୋଗ୍ୟ, ଉଦ୍ଧବଙ୍କ ସହ ୬ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଆସନ୍ତା ଡିସେମ୍ବର ୩ରେ ଏହାର ସମ୍ପ୍ରସାରଣ ହେବ ବୋଲି ସୂଚନା ଦିଆଯାଇଛି।

Share