Categories: ଜାତୀୟ

ଉଦ୍ଧବଙ୍କ ଉପରେ ଖପ୍ପା: ଭାଜପାରେ ଯୋଗଦେଲେ ୪୦୦ ଶିବସେନା କାର୍ଯ୍ୟକର୍ତ୍ତା

ମୁମ୍ବାଇ,୫।୧୨: ମହାରାଷ୍ଟ୍ରରେ ଶିବସେନାକୁ ଝଟ୍‌କା ଲାଗିଛି। ଦଳର ୪୦୦ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେଇଛନ୍ତି। ରାଜ୍ୟରେ ଶିବସେନା ଏନସିପି ଏବଂ କଂଗ୍ରେସ ସହ ମିଶି ସରକାର ଗଢିବାକୁ ନେଇ ସେମାନେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ଉପରେ ଖପ୍ପା ଥିଲେ। ଭ୍ରଷ୍ଟ ଏବଂ ବିରୋଧୀ ଦଳ ସହ ମିଶି ସରକାର ଗଢିଥିବାରୁ ସେମାନେ ଶିବସେନା ଉପରେ ଅସନ୍ତୁଷ୍ଟ ହୋଇ ଦଳ ଛାଡିଥିବା ଜଣାପଡିଛି। କେବଳ ରାଜ୍ୟରେ ସରକାର ଗଢିବା ପାଇଁ ଦଳ ଏଭଳି ଚରମ ନିଷ୍ପତ୍ତି ନେଇଥିବା ସେମାନେ ଅଭିଯୋଗ କରିଛନ୍ତି।

Share