Categories: ଜାତୀୟ

ଉଦ୍ଧବଙ୍କ ଶପଥ ଗ୍ରହଣ ଉତ୍ସବରେ ଷ୍ଟେଜ୍‌ରେ ରହିବେ ଏହି କୃଷକ ପରିବାର

ମୁମ୍ବାଇ,୨୮।୧୧: ଶିବସେନା ପ୍ରମୁଖ ଉଦ୍ଧବ ଠାକ୍‌ରେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ମୁମ୍ବାଇର ଶିବାଜୀ ପାର୍କରେ ହେବାକୁ ଥିବା ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କୁ ନିମନ୍ତ୍ରଣ କରାଯାଇଛି। ଏହଛଡା ସାଙ୍ଗଲୀର ଏକ କୃଷକ ପରିବାର ମଧ୍ୟ ଶପଥ ଗ୍ରହଣ ଉତ୍ସବକୁ ଡକାଯାଇଛି। ନିକଟରେ ଉଦ୍ଧବ ସଞ୍ଜୀବ ସାଓ୍ବନ୍ତ ନାମକ ଜଣେ କୃଷକଙ୍କୁ ଭେଟିଥିଲେ। ଏବଂ ଶପଥ ଗ୍ରହଣ ଉତ୍ସବରେ ଷ୍ଟେଜ୍‌ରେ ବସିବାକୁ ସୁଯୋଗ ଦିଆଯିବ ବୋଲି ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହି ଆଧାରରେ ସଞ୍ଜୀବଙ୍କ ପରିବାରଙ୍କୁ ଉତ୍ସବରେ ଯୋଗ ଦେବା ପାଇଁ ଫୋନ ଯୋଗେ ଡକାଯାଇଛି। ସୂଚନାଯୋଗ୍ୟ,ପ୍ରବଳ ବର୍ଷା ଯୋଗୁ ସାଙ୍ଗଲି ଜିଲାରେ ଫସଲ ନଷ୍ଟ ହୋଇଥିଲା। ଉଦ୍ଧବ ଠାକରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଭିନ୍ନ କୃଷକଙ୍କ ପରିବାରକୁ ଭେଟିଥିଲେ। ଏହି ସମୟରେ ସଞ୍ଜୀବଙ୍କ ସହ ତାଙ୍କ ଭେଟ ହୋଇଥିଲା। ସେତେବେଳେ ଉଦ୍ଧବ ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ, ଯଦି ଶିବସେନା କେହି ମୁଖ୍ୟମନ୍ତ୍ରୀ ହୁଅନ୍ତି, ତେବେ ତୁମକୁ ସ୍ବତନ୍ତ୍ର ଅତିଥି ଭାବେ ଶପଥ ଗ୍ରହଣ ଉତ୍ସବକୁ ଡକାଯିବ। ଶେଷରେ ଉଦ୍ଧବ ନିଜ ପ୍ରତିଶ୍ରୁତି ପାଳନ କରିଛନ୍ତି।

Share