Categories: ଜାତୀୟ

ଉଦ୍ଧବଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ବାଲାସାହେବ-ଇନ୍ଦିରାଙ୍କ ପୋଷ୍ଟର

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଗତ ମାସେ ହେଲ ଲାଗି ରହିଥିବା ରାଜନୀତି ଡ୍ରାମା ପରେ ଶେଷରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ଶପଥ ଗ୍ରହଣ ପୂର୍ବରୁ ଶିବସେନା ଭବନ ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ଇନ୍ଦିରା ଗାନ୍ଧୀ ଓ ଶିବସେନା ପ୍ରତିଷ୍ଠାତା ସ୍ବର୍ଗତଃ ବାଲାସାହେବ ଠାକରେଙ୍କ ପୋଷ୍ଟର ଲାଗିଛି। ଏଥିରେ ସତ୍ୟମେବ ଜୟରେ ଲେଖାହେବା ସହ ବାଲାସାହେବଙ୍କ ସ୍ବପ୍ନ ପୂରଣ ହେବାକୁ ଯାଉଛି ବୋଲି ଲେଖାଯିବା ସହ ଏଥିରେ ଇନ୍ଦିରା ଗାନ୍ଧୀ ଓ ବାଲାସାହେବଙ୍କ ଏକ ପୁରୁଣା ଫଟୋ ମଧ୍ୟ ଲାଗିଛି। ସୂଚନାଯୋଗ୍ୟ, ସନ୍ଧ୍ୟାରେ ଶପଥ ଗ୍ରହଣ ଉତ୍ସବ ଥିବା ବେଳେ ଏପର୍ଯ୍ୟନ୍ତ ଯାହା ଆଲୋଚନା ହେଉଛି କି ଉଦ୍ଧବ ଠାକରେଙ୍କ ସମେତ କଂଗ୍ରେସ ଓ ଏନ୍‌ସିପିର ୨ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଦିଆଯାଇପାରେ। ହେଲେ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଭାଜପା ସହ ମେଣ୍ଟ ଭାଙ୍ଗିବା ପରେ ଏବେ ଏନ୍‌ସିପି ଓ କଂଗ୍ରେସ ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ନେଇ ବେଶ୍‌ ଉତ୍ସାହିତ ରହିଛି।

Share