Categories: ଜାତୀୟ

ଉଦ୍ଧବ ଠାକରେଙ୍କୁ ଝଟ୍‌କା: ଶିବସେନା ଛାଡିଲେ ଅବଦୁଲ

ମୁମ୍ବାଇ,୪।୧: ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱରେ ଗଢାଯାଇଥିବା ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳରେ କିଛି ଠିକ୍‌ ଚାଲୁ ନ ଥିବା ଆଲୋଚନା ହେଉଛି। କାରଣ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ ମନ୍ତ୍ରୀ ପଦ ନ ମିଳିଥିବା ବିଧାୟକମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେମାନଙ୍କ ମଧ୍ୟରୁ କେତେଜଣ ଦଳ ଛାଡି ଦେଉଥିବା ଦେଖାଗଲାଣି। ଶିବସେନାରେ ଥିବା ଏକମାତ୍ର ମୁସଲିମ ମନ୍ତ୍ରୀ ଅବଦୁଲ ସତ୍ତାର ଶନିବାର ରାଜ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ଜଣାପଡିଛି। ଆଲୋଚନା ହେଉଛି କି କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବାରୁ ଅବଦୁଲ ଅସନ୍ତୁଷ୍ଟ ଥିଲେ।

Share