ମୁମ୍ବାଇ, ୨୬।୧: ମହାରାଷ୍ଟ୍ରର ଶିବସେନା, କଂଗ୍ରେସ ଓ ଏନ୍ସିପି ମେଣ୍ଟ ସରକାରରେ ଚାଲିଥିବା ତୁତୁମେମେ ଯେମିତି ଶେଷ ହେବାର ନା ନେଉନି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟକ୍ରମରେ ଏବେ କଂଗ୍ରେସ ଓ ଏନ୍ସିପି ନେତା ଯୋଗ ଦେବେ ନାହିଁ ବୋଲି ଜଣାପଡିଛି। ଏକ ଓଭର ବ୍ରିଜର ଭୂମୀପୂଜା ଓ ଫ୍ରି ବାର୍ଡ କରିଡରର ଲୋକର୍ପଣ କାର୍ଯ୍ୟକ୍ରମରେ କଂଗ୍ରେସ ଓ ଏନ୍ସିପିର କୌଣସି ନେତା ଯୋଗ ଦେବେନାହ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଏମ୍ସିର କଂଗ୍ରେସ ନେତା ରବି ରାଜାଙ୍କ ସମେତ ଆଉ ଦୁଇ ନେତା ରଇସ ଶେଖ ଓ ରାକ୍ଷୀ ଯାଦବ ଯୋଗଦେବେ ନାହିଁ ବୋଲି କହିଥିଲେ। ଏହାକୁ ଦେଖିବା ପରେ ମହାବିକାଶ ଅଘାଡିରେ ଥିବା ମତଭେଦ ପୁଣିଥରେ ସାମ୍ନାକୁ ଆସିଛି।