ମୁମ୍ବାଇ, ୨୪।୧୧: ମହାରାଷ୍ଟ୍ରରେ ଶିବସେନା ପ୍ରମୁଖ ଉଦ୍ଧବ ଠାକ୍ରେଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ ଭାଙ୍ଗି ଯାଇଛି। ଦେବେନ୍ଦ୍ର ଫଡନବୀଶ ଲଗାତର ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ଶିବସେନାର ଜଣେ ସମର୍ଥକ ଆତ୍ମହତ୍ୟା ପ୍ରୟାସ କରିଛନ୍ତି। ମୁମ୍ବାଇଠାରୁ ୫୮୦ କିମି ଦୂର ମନୋରାରେ ଏଭଳି ଘଟଣା ସାମ୍ନାକୁ ଆସିଛି। ପୋଲିସ ମୁତାବକ, ଓ୍ବାଶିମ୍ ଜିଲାର ଉମରି ଗ୍ରାମ ନିବାସୀ ବାଲୁ ଯାଦବ ଫଡନବୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା କଥା ଶୁଣି ବ୍ଲେଡରେ ନିଜ ହାତ କାଟିଦେଇଥିଲେ। ସ୍ଥାନୀୟ ଲୋକେ ଏବଂ ଟ୍ରାଫିକ୍ ପୋଲିସକର୍ମୀଙ୍କ ସହାୟତାରେ ଉକ୍ତ ଯୁବକଙ୍କୁ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଉଦ୍ଧବ ଠାକ୍ରେଙ୍କ ମୁଖ୍ୟମନ୍ତ୍ରୀ ନ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ପୋଲିସକୁ କହିଛନ୍ତି।