Posted inଜାତୀୟ

ଉଦ୍ଧବ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ:୩ ଦଳରୁ ୨ ଜଣ ଲେଖାଏ ମନ୍ତ୍ରୀ

ମୁମ୍ବାଇ,୨୯-୧୧(ପି.ଟି.):ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମହାରାଷ୍ଟ୍ରର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ଶିବସେନାରୁ ଏହି ଶୀର୍ଷ ପଦବୀ ଅଳଙ୍କୃତ କରିବାରେ ୫୯ ବର୍ଷୀୟ ଉଦ୍ଧବ ତୃତୀୟ ନେତା। ତାଙ୍କ ପୂର୍ବରୁ ଶିବସେନାରୁ ମନୋହର ଜୋଷୀ ଏବଂ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଥିଲେ। ତେବେ ଠାକ୍‌ରେ ପରିବାରରୁ ମୁଖ୍ୟମନ୍ତ୍ରୀ ହେବାରେ ଉଦ୍ଧବ ପ୍ରଥମ ବ୍ୟକ୍ତି। ଶିବାଜୀ ପାର୍କରେ ଅନୁଷ୍ଠିତ ଭବ୍ୟ ଉତ୍ସବରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ଉଦ୍ଧବଙ୍କ ସହିତ ୬ ଜଣ ମନ୍ତ୍ରୀଙ୍କୁ ଶପଥପାଠ କରାଇଥିଲେ। ଶିବସେନାରୁ ଏକନାଥ ସିନ୍ଧେ, ସୁଭାଷ ଦେଶାଇ, ଏନ୍‌ସିପିରୁ ଜୟନ୍ତ ପାଟିଲ ଓ ଛଗନ ଭୁଜବଳ ଏବଂ କଂଗ୍ରେସରୁ ବାଲାସାହେବ ଥୋରାଟ ଓ ନୀତୀନ ରାଉତ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।
ଶପଥ ଗ୍ରହଣ ଉତ୍ସବରେ ତିନି ଦଳର ବହୁ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଥିଲେ ଏନ୍‌ସିପି ଅଧ୍ୟକ୍ଷ ଶରଦ ପାଓ୍ବାର, ବରିଷ୍ଠ କଂଗ୍ରେସ ନେତା ଅହମଦ ପଟେଲ, ମଲ୍ଲିକାର୍ଜୁନ ଖାର୍ଗେ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲ ନାଥ, ଏମ୍‌ଏନ୍‌ଏସ୍‌ ମୁଖ୍ୟ ରାଜ୍‌ ଠାକ୍‌ରେ ଏବଂ ଡିଏମ୍‌କେ ନେତା ଏମ୍‌.କେ. ଷ୍ଟାଲିନ। ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର, ତାଙ୍କ ଭଉଣୀ ତଥା ଏମ୍‌ପି ସୁପ୍ରିୟା ସୁଲେ, ଉଦ୍ଧବ ଠାକ୍‌ରେଙ୍କ ସ୍ତ୍ରୀ ରଶ୍ମି, ପୁଅ ଆଦିତ୍ୟ, ଶିଳ୍ପପତି ମୁକେଶ ଅମ୍ବାନୀ ଓ ସ୍ତ୍ରୀ ନୀତା ଅମ୍ବାନୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ରାହୁଲ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇ ନ ଥିଲେ। ସୋନିଆ ଉଦ୍ଧବଙ୍କ ପାଖକୁ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।
ଭାଜପା ଓ ଶିବସେନା ଏକାଠି ନିର୍ବାଚନ ଲଢ଼ିଥିଲେ। ତେବେ ମୁଖ୍ୟମନ୍ତ୍ରୀ ପଦ ଭାଗ କରିବା ଲାଗି ଶିବସେନାର ଦାବିପୂରଣ ନ ହେବାରୁ ଏହା ମେଣ୍ଟରୁ ଓହରିଯାଇଥିଲା। ଶେଷରେ ଏନ୍‌ସିପି ଏବଂ କଂଗ୍ରେସ ସହ ମିଶି ଶିବସେନା ମହାବିକାଶ ଅଘାଡି ମେଣ୍ଟ ଗଢ଼ିଥିଲା ଏବଂ ଉଦ୍ଧବଙ୍କ ନେତୃତ୍ୱରେ ସରକାର ଗଢ଼ିବା ପାଇଁ ନିଷ୍ପତ୍ତି ହୋଇଥିଲା। ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇ ୨୪ରେ ଫଳାଫଳ ଘୋଷଣା କରାଯାଇଥିଲା। ୨୮୮ ଆସନ ବିଶିଷ୍ଟ ବିଧାନସଭାରେ ୧୦୫ ଆସନ ଜିତି ଭାଜପା ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଥିବାବେଳେ ଶିବସେନା ୫୬, ଏନ୍‌ସିପି ୫୪ ଏବଂ କଂଗ୍ରେସ ୪୪ ଆସନରେ ଜିତିଥିଲା। କୌଣସି ଦଳ ଏକାକୀ ସରକାର ଗଢ଼ିବା ପାଇଁ ସମର୍ଥ ନ ହେବାରୁ ରାଜ୍ୟପାଳଙ୍କ ସୁପାରିସ କ୍ରମେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ଉଦ୍ଧବଙ୍କ ନେତୃତ୍ୱରେ ମହାବିକାଶ ଅଘାଡି ସରକାର ଗଢ଼ିବ ବୋଲି ଶୁକ୍ରବାର ରାତିରେ ଘୋଷଣା କରିବା ପରେ ଶନିବାର ସକାଳେ ନାଟକୀୟ ଘଟଣାକ୍ରମେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ତେବେ ଏହି ସରକାର ତିନି ଦିନ ତିଷ୍ଠିପାରି ନ ଥିଲା। ଆସ୍ଥାଭୋଟରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଏନ୍‌ସିପି ବିଧାୟକଙ୍କୁ ନିଜ ନିୟନ୍ତ୍ରଣକୁ ଆଣିବାରେ ବିଫଳ ଅଜିତ ଉପମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଫଳରେ ଫଡ୍‌ନବିସ ଆସ୍ଥାଭୋଟ ପୂର୍ବରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ। ଶରଦ ପାଓ୍ବାରଙ୍କ ଦଳକୁ ଫେରିଥିବା ଅଜିତ୍‌ ଉପମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ ନେଇପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ତେବେ ଏନ୍‌ସିପିରୁ ୨ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିଲେ। ବୁଧବାର ଚତୁର୍ଦ୍ଦଶ ବିଧାନସଭାର ସ୍ବତନ୍ତ୍ର ଅଧିବେଶନରେ କାମଚଳା ବାଚସ୍ପତି କାଳିଦାସ କୋଲମ୍ବକର ୨୮୫ଜଣ ନବନିର୍ବାଚିତ ବିଧାୟକଙ୍କୁ ଶପଥପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ୱାଡ୍‌ ସମ୍ମିଳନୀରେ ମୋଦିଙ୍କ ବଡ଼ ସହାୟତା ଘୋଷଣା

ଓ୍ବିଲ୍‌ମିଙ୍ଗଟନ୍‌,୨୨ା୯: ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସର୍ଭିକାଲ କ୍ୟାନ୍‌ସର ମୁକାବିଲାକୁ ସୁଦୃଢ଼ କରିବା ପାଇଁ ଭାରତ ୭.୫ ନିୟୁତ ଡଲାର ଯୋଗାଇଦେବ ବୋଲି ପ୍ରତିଶ୍ରୁତି ଦେଇଛି। ରୋଗର...

ଉଦୟଭାନୁ ହେଲେ ଯୁବକଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ,୨୨ା୯ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରବିବାର ଉଦୟଭାନୁ ଚିବ୍‌ଙ୍କୁ ଭାରତୀୟ ଯୁବ କଂଗ୍ରେସ (ଆଇଓ୍ବାଇସି)ର ନୂତନ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ସେ ଯୁବକଂଗ୍ରେସର...

କୋଲକାତା ବଳାତ୍କାର-ହତ୍ୟା ଘଟଣା: ସାମ୍ନାକୁ ଆସିଲା ଆଉ ଏକ କଳାଧନ୍ଦା!

କୋଲକାତା,୨୨।୯: ଅଭୟା ନାଁ ଦିଆଯାଇଥିବା ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ମୃତଦେହ କୋଲକାତାର ଆର.ଜି କର ମେଡିକାଲରେ ମିଳିଥିଲା। ଯାହକେ ନେଇ ସାରା ଦେଶରେ ଲାଗି...

ସାର୍ଟିଫିକେଟ ପାଇଁ ବାହାରିଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୨।୯: ଫେବୃଆରୀ ବଦଳରେ ନଭେମ୍ବରରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ କି ବୋଲି ଏବେ ପ୍ରଶ୍ନ ଉଠିଛି। ଆଜିକାଲି ଜାତୀୟ ରାଜଧାନୀର ରାଜନୈତିକ ପରିବେଶରେ ଏହା...

ନିର୍ବାଚନ ପୂର୍ବରୁ ସୁପ୍ରିମକୋର୍ଟଙ୍କ ନିକଟରେ ବଡ ଦାବି ରଖିଲା ଶରଦ ପାଓ୍ବାରଙ୍କ ଦଳ

ମୁମ୍ବାଇ,୨୨।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଅଜିତ ପାୱାର ଦଳ ପାଇଁ ନିର୍ବାଚନ ଆୟୋଗଙ୍କ ଠାରୁ ଏନସିପି ଶରଦ ଦଳ ଏକ ବଡ ଦାବି କରିଛନ୍ତି।...

ଖୁସି ଖବର: ନୀତୀଶ ଦେବେ ବଡ ଉପହାର

ପାଟନା,୨୨।୯: ବିହାରର ଯୁବବର୍ଗଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ଅଛି । ବିହାର ସରକାରଙ୍କ ପୋଲିସ ବିଭାଗରେ ସେବା କରିବାକୁ ଚାହୁଁଥିବା ଯୁବକମାନେ...

କଂଗ୍ରେସରେ କାଷ୍ଟିଂ କାଉଚ! ଚେହେରା ଦେଖି ଦିଆଯାଉଛି ଟିକେଟ, ମହିଳା ନେତାଙ୍କ ଅଭିଯୋଗ ପରେ ବଢୁଛି ଉତ୍ତେଜନା

ନୂଆଦିଲ୍ଲୀ,୨୨।୯: ହରିୟାଣା ନିର୍ବାଚନରେ କଂଗ୍ରେସ ଚେହେରା ଆଧାରରେ ଟିକେଟ ବଣ୍ଟନ କରିଥିବା ଅଭିଯୋଗ ହୋଇଛି ଏବଂ ଏହି ଅଭିଯୋଗ ନିଜେ ଦଳର ମହିଳା ନେତାଙ୍କ ବ୍ୟତୀତ...

ନାଇଡୁଙ୍କ ଉପରେ ଦୋଷ ଲଦି ତିରୁପତି ଲଡୁ ବିବାଦକୁ ନେଇ ମୋଦିଙ୍କୁ ଚିଠି ଲେଖିଲେ ଜଗନ ରେଡ୍ଡୀ

ତିରୁପତି,୨୨।୯: ତିରୁପତି ଲଡୁ ବିବାଦକୁ ନେଇ ସମଗ୍ର ଦେଶରେ ଉତ୍ତେଜନା ଦେଖାଦେଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଦାବି କରିଛନ୍ତି ଯେ ଲଡୁ ପ୍ରସାଦରେ ପଶୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri