ଉଦ୍ଧବ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ରାକ୍ଷୀ ବହୁତ ଖୁସି: ଭିଡିଓ ଶେୟାର କରି କହିଲେ ‘ତାଙ୍କ ଡିଏନ୍‌ଏରେ ରାଜନୀତି’

ବମ୍ବେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଗତ କିଛି ଦିନ ଧରି ଟଣାଓଟରା ଲାଗିରହିଥିଲା। ଶେଷରେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଡ୍ରାମା କୁଇନ୍‌ ରାକ୍ଷୀ ସାଓ୍ବନ୍ତ ବେଶ୍‌ ଖୁସି। ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ଉଦ୍ଧବ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରିଥିବା କହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ହେଲେ ମରାଠୀମାନଙ୍କ ପାଇଁ ଭଲ। ତାଙ୍କ ଡିଏନ୍‌ଏରେ ରାଜନୀତି ଅଛି। ପାଓ୍ବାରଙ୍କ ଏହା ଭଲ ନିଷ୍ପତ୍ତି ବୋଲି ସେ କହିଛନ୍ତି।

Share