Categories: ଜାତୀୟ

ଉଦ୍ଧବ ସରକାରଙ୍କ ମନ୍ତ୍ରିମଣ୍ଡଳର ହେଲା ବିଭାଗ ବଣ୍ଟନ

ମୁମ୍ବାଇ,୫।୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଗତ ଡିସେମ୍ବର ୩୦ରେ କରାଯାଇଥିଲା। ଶନିବାର ସନ୍ଧ୍ୟାରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇ ଏହାର ଏକ ତାଲିକା ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ରବିବାର ସକାଳେ ରାଜ୍ୟପାଳ ଭଗତ ସିଂହ କୋଶିୟାରି ଏହାକୁ ଅନୁମୋଦନ କରିଥିବା ଜଣାପଡିଛି। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏଥିରେ ଏନ୍‌ସିପି ନେତା ତଥା ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କୁ ଅର୍ଥ ବିଭାଗ ମିଳିଥିବା ବେଳେ ଅନୀଲ ଦେଶମୁଖ ରାଜ୍ୟର ନୂତନ ସ୍ବରାଷ୍ଟ୍ର ମନ୍ତ୍ରୀ ପଦ ସମ୍ଭାଳିଛନ୍ତି। ସେହିପରି ଆଦିତ୍ୟ ଠାକରେଙ୍କୁ ପର୍ଯ୍ୟଟନ ଓ ପରିବେଶ ବିଭାଗ ମିଳିଛି। ସୋମବାରର ବୈଠକ ପରେ ଆଦିତ୍ୟ ତାଙ୍କ ଦାୟିତ୍ୱ ସମ୍ଭାଳିବେ ବୋଲି କହିଛନ୍ତି।

Share