ଉଦ୍ଧାର କାର୍ଯ୍ୟ ଓ ରିଲିଫ ପାଇଁ ପଶ୍ଚିମବଙ୍ଗ ଯିବେ ୩୦୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୨୩।୫(ବ୍ୟୁରୋ)-ବାତ୍ୟା ଅମ୍ଫନରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ପଶ୍ଚିମବଙ୍ଗ। ଉଦ୍ଧାର କାର୍ଯ୍ୟ ଓ ରିଲିଫ ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୩୦୦ ଅଗ୍ନିଶମ କର୍ମଚାରୀ ଓ ୧୦ ଓଡ୍ରାଫ ଟିମ ସହ ୫୦୦ ଜଣ କର୍ମଚାରୀ ଶୁକ୍ରବାର ରାତିରୁ ପଶ୍ଚିମବଙ୍ଗ ଅଭିମୁଖେ ଗ୍ରସ୍ତ କରିବେ ବୋଲି ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି। ସେ ଆହୁରି କହିଛନ୍ତି, ବିଭିନ୍ନ ଅତ୍ୟାଧୁନିକ ସାମଗ୍ରୀ ସହ ରାଜ୍ୟର ପ୍ରଶିକ୍ଷିତ ଅଗ୍ନିସେବା କର୍ମଚାରୀମାନେ ପଶ୍ଚିମବଙ୍ଗ ଅଭିମୁଖେ ଗ୍ରସ୍ତ କରି ରାସ୍ତା ସଫା କରିବାସହ ଗଛ କଟା କାର୍ଯ୍ୟରେ ନିୟୋଜିତ ହେବେ।

Share