ଉଦ୍ଧାର ନାଗକୁ କୁଲଡିହାରେ ଛଡାଗଲା

ଖଇରା, ୨୮ା୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧୀନ ତୁଟୋ ଗ୍ରାମରୁ ୨ଟି ନାଗ ସାପ ଉଦ୍ଧାର କରାଯାଇଛି ା ପରେ ସାପ ୨ଟିକୁ କୁଲଡିହା ଜଙ୍ଗଲରେ ଛଡାଯାଇଥିବା ଜଣାଯାଇଛି ା ଶୁକ୍ରବାର ସକାଳେ ସାପ ୨ଟି ତୁଟୋ ଗାଁ ପଡିଆ ନିକଟରେ ଥିବା ନାଳ ଭିତରେ ଏକ ଜାଲରେ ପଡି ଗର୍ଜନ କରୁଥିବା ଗ୍ରାମର ପ୍ରହଲ୍ଲାଦ ଜେନାଙ୍କ ନଜରକୁ ଆସିଥିଲା। ଗ୍ରାମବାସୀ ବନ ବିଭାଗକୁ ଖବର ଦେବା ପରେ ସୋର ରେଞ୍ଜର ବବିତା ସୋରେନଙ୍କ ନେତୃତ୍ୱରେ ଏକ ଟିମ୍‌ ଗ୍ରାମରେ ପହଞ୍ଚି ସାପ ୨ଟିକୁ ଜାଲରୁ ମୁକୁଳାଇ ଗାଡିରେ ନେଇ ଯାଇଥିଲେ ା ଏଥିରେ ସ୍ନେକ ହେଲ୍ପଲାଇନ ଓ ସବୁଜ ବାହିନୀର ସଦସ୍ୟମାନେ ସାମିଲ ଥିଲେ ା