ଉଦ୍ଧାର ନାବାଳକଙ୍କୁ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର

ରସୁଲପୁର,୧୪।୮(ଡି.ଏନ୍‌.ଏ.)- ରସୁଲପୁର ବ୍ଲକ ଅନ୍ତର୍ଗତ ନଠୁଆବର ହାଟରେ ଥିବା ଏକ ଜଳଖିଆ ଦୋକାନରୁ ମଙ୍ଗଳବାର ଅପରାହ୍ନରେ କୁଆଖିଆ ପୋଲିସ ପକ୍ଷରୁ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି ା ତାଙ୍କୁୁ ଯାଜପୁର ଜିଲା ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରିଛି। ଉକ୍ତ ଜଳଖିଆ ଦୋକାନରେ ଜଣେ ନାବାଳକ କାମ କରୁଥିବା ନେଇ ପୋଲିସ ନଜରକୁ ଆସିଥିଲା। ପରେ ପୋଲିସ ଯାଇ ସେଠାରେ ପଚରାଉଚରା କରାଯିବାରୁ ଉକ୍ତ ନାବାଳକଙ୍କ ବୟସ ୧୬ ଏବଂ ତାଙ୍କ ଘର କୁଆଖିଆ ଥାନା ଅନ୍ତର୍ଗତ ଓଡିଶୋ ପଞ୍ଚାୟତର ଅର୍ତ୍ତିଆ କୁସୁନପୁର ଗାଁରେ ବୋଲି ଜଣାପଡ଼ିଥିଲା। ମାତ୍ର ନାବାଳକ ଜଣକ ବେସାହାରା ଅଟନ୍ତି। ପିଲାଟିବେଳୁ ତାଙ୍କ ମାବାପା ମରିଯାଇଛନ୍ତି ା ଜଳଖିଆ ଦୋକାନ ମାଲିକ ତାଙ୍କୁ ରଖି ଖାଇବାକୁ ଦେଉଥିଲେ। ସେ ଏହି ଦୋକାନରେ କାମ କରିବାକୁ ରହି ନ ଥିବା ଜଣାଇବା ପରେ ପୋଲିସ ଦୋକାନୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ।