ଉଦ୍ଧାର ବାଳକଙ୍କୁ ପରିବାରକୁ ହସ୍ତାନ୍ତର

ଭବାନୀପାଟଣା,୨୪।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଚାଇଲ୍ଡ ଲାଇନ ଗତ ୧୬ ତାରିଖରେ ଜଣେ ୧୫ ବର୍ଷର ବାଳକଙ୍କୁ ଉକ୍ତ ସହରରୁ ଉଦ୍ଧାର କରିଥିଲା। ଶୁକ୍ରବାର ଉକ୍ତ ବାଳକଙ୍କୁ ଛତିଶଗଡ଼ର ମହାସମୁନ୍ଦ ରେଲୱେ ଷ୍ଟେଶନ ପାଖ ଗୁଜାପରାରାରେ ରହୁଥିବା ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ବାଳକଙ୍କୁ ଉଦ୍ଧାର ପରେ ସେ ମାନସିକ ଅନଗ୍ରସର ଥିବା ଯୋଗୁ ତାଙ୍କ ପରିଚୟ ମିଳିପାରି ନ ଥିଲା। ଏ ନେଇ ଡିଏସ୍‌ଏସ୍‌ଓ, କଳାହାଣ୍ଡିଙ୍କ ସହାୟତାରେ ତାଙ୍କୁ ବିଜୁ ପଟ୍ଟନାୟକ ହୋମ୍‌ ଟୁ ମେଣ୍ଟାଲି ଗୃହରେ ରଖାଯାଇଥିଲା। ଡିଏସ୍‌ଏସ୍‌ଓ ଏବଂ ଚାଇଲ୍ଡ ଲାଇନର ପ୍ରଚେଷ୍ଟା ଯୋଗୁ ତାଙ୍କର ପରିଚୟ ମିଳିଥିଲା। ପରେ ସିଡବ୍ଲୁସି ଓ ଡିସିପିଓଙ୍କ ଉପସ୍ଥିତିରେ ବାଳକଙ୍କୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।